ବାଲିଯାତ୍ରାରେ ବଲିଉଡ ତାରକା, ସିଙ୍ଗର ସଚିନ ଜିଗର ଓ ଅନୁ ମଲ୍ଲିକଙ୍କ ସଙ୍ଗୀତରେ ଝୁମିବେ ଦର୍ଶକ

ବାଲିଯାତ୍ରାରେ ଝଲକିବେ ବଲିଉଡ଼ ତାରକା । ଆସନ୍ତା ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଛି କଟକର ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ସିଙ୍ଗର ସଚିନ ଜିଗର ଓ ୩ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ସଙ୍ଗୀତ ପରିବେଷଣ କରିବାର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି ।

କଟକ (କେନ୍ୟୁଜ): ବାଲିଯାତ୍ରାରେ ଝଲକିବେ ବଲିଉଡ଼ ତାରକା । ଆସନ୍ତା ୨୭ ତାରିଖରେ ଆରମ୍ଭ ହେବାକୁ ଯାଉଛି କଟକର ବିଶ୍ବ ପ୍ରସିଦ୍ଧ ବାଲିଯାତ୍ରା । ବାଲିଯାତ୍ରାକୁ ଅଧିକ ଆକର୍ଷଣୀୟ କରିବା ପାଇଁ ପ୍ରଶାସନ ତରଫରୁ ବଲିଉଡ ନାଇଟ୍ସର ଆୟୋଜନ କରାଯାଇଛି। ବଲିଉଡ ନାଇଟ୍ସରେ ଆସନ୍ତା ଡିସେମ୍ବର ୨ ତାରିଖରେ ବଲିଉଡ ସିଙ୍ଗର ସଚିନ ଜିଗର ଓ ୩ ତାରିଖରେ ସଙ୍ଗୀତ ନିର୍ଦ୍ଦେଶକ ଅନୁ ମଲ୍ଲିକ ସଙ୍ଗୀତ ପରିବେଷଣ କରିବାର ଏକ ଭିଡିଓ ବାର୍ତ୍ତା ଜାରି କରିଛନ୍ତି । ତେବେ ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ । ସମୟକ୍ରମେ ସମସ୍ତ ସୂଚନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ପ୍ରଶାସନ ।

 

Leave A Reply

Your email address will not be published.