ଚୀନରେ ବ୍ୟାପୁଛି ନିମୋନିଆ, କରୋନା ଭଳି ଅବସ୍ଥା; ସତର୍କ କରାଇଲା WHO
ଚୀନରେ ଏକ ରହସ୍ୟମୟ ନିମୋନିଆ ରୋଗରେ ପୀଡ଼ିତ ହେଉଛନ୍ତି । ପୁଣି ଲୋକେ ମସ୍କ ପିନ୍ଧି ବୁଲୁଛନ୍ତି । ଦେଶର ଅଧିକାଂଶ ସ୍କୁଲରେ ପିଲାମାନେ ଏହି ରୋଗରେ ପୀଡ଼ିତ ହେଉଛନ୍ତି । ଛାତ୍ରଛାତ୍ରୀ ଖାଲି ପୀଡ଼ିତ ହେଉନାହାନ୍ତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ମଧ୍ୟ ହେଉଛନ୍ତି । ଶିଶୁ ରୋଗ ବିଭାଗରେ ରୋଗୀଙ୍କ ପାଇଁ ଜାଗା ମିଳୁନି ।

ଚୀନ ଏପର୍ଯ୍ୟନ୍ତ କରୋନାରୁ ଭଲ ଭାବେ ଭଲ ହୋଇନଥିବା ବେଳେ ଏବେ ପୁଣି ସ୍ବାସ୍ଥ୍ୟ ସଂକଟ ଦେଖାଦେଇଛି । ଏବେ ଏଠାକାର ଲୋକେ ଏକ ରହସ୍ୟମୟ ନିମୋନିଆ ରୋଗରେ ପୀଡ଼ିତ ହେଉଛନ୍ତି । ପୁଣି ଲୋକେ ମସ୍କ ପିନ୍ଧି ବୁଲୁଛନ୍ତି । ଦେଶର ଅଧିକାଂଶ ସ୍କୁଲରେ ପିଲାମାନେ ଏହି ରୋଗରେ ପୀଡ଼ିତ ହେଉଛନ୍ତି ।
ଛାତ୍ରଛାତ୍ରୀ ଖାଲି ପୀଡ଼ିତ ହେଉନାହାନ୍ତି ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ମଧ୍ୟ ହେଉଛନ୍ତି । ଶିଶୁ ରୋଗ ବିଭାଗରେ ରୋଗୀଙ୍କ ପାଇଁ ଜାଗା ମିଳୁନି । ଯାହା ସାରା ବିଶ୍ବ ପାଇଁ ଚିନ୍ତା ବଢ଼ାଇଛି । ବିଶେଷ କରି ବେଜିଂ ଏବଂ ଲିଆଓନିଙ୍ଗରେ ଏହି ରୋଗ ଆତଙ୍କ ସୃଷ୍ଟି କରିଛି । ଡାକ୍ତରଖାନାରେ ବେଡ୍ ମଧ୍ୟ ଅଭାବ ପଡିଲାଣି। ଏହି ରହସ୍ୟମୟ ନିମୋନିଆ ଦ୍ୱାରା ପ୍ରଭାବିତ ପିଲାମାନଙ୍କର ଫୁସଫୁସରେ ଫୁଲା ଏବଂ ଉଚ୍ଚ ଜ୍ୱର ଭଳି ଲକ୍ଷଣ ଦେଖା ଦେଉଛି।
ଏହି ରୋଗର ଲକ୍ଷଣ ହେଉଛି ଜୋର୍ ଜ୍ବର ଏବଂ ଫୁସଫୁସରେ ସଂକ୍ରମଣ । ଶ୍ବାସ ଜନିତ ସମସ୍ୟା ବି ସୃଷ୍ଟି ହେଉଛି । ତେବେ ଏଥିରେ କାହାକୁ କାଶ ହେଉନାହିଁ । ଏହାର ଲକ୍ଷଣ ସିନା ଜଣାପଡ଼ିଛି ହେଲେ କାରଣ ଜଣାପଡ଼ି ନାହିଁ । ଆହୁରି ମଧ୍ୟ ଏହା ବୟସ୍କମାନଙ୍କୁ ସଂକ୍ରମିତ କରିବାର ଦେଖା ଯାଇନାହିଁ । ଏହାକୁ ୱାକିଂ ନିମୋନିଆ ବୋଲି କୁହାଯାଉଛି । ଏହା ଯୋଗୁଁ ସ୍କୁଲ ବନ୍ଦ ରହିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର ।
⚠️UNDIAGNOSED PNEUMONIA OUTBREAK—An emerging large outbreak of pneumonia in China, with pediatric hospitals in Beijing, Liaoning overwhelmed with sick children, & many schools suspended. Beijing Children’s Hospital overflowing. 🧵on what we know so far:pic.twitter.com/hmgsQO4NEZ
— Eric Feigl-Ding (@DrEricDing) November 22, 2023
ଏହି ରୋଗକୁ ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ(WHO) ରିପୋର୍ଟ ମାଗିଛି । ହସପିଟାଲରେ ଯେଉଁ ପିଲା ରୋଗରେ ଆକ୍ରାନ୍ତ ଆଡମିଟ ହୋଇଛନ୍ତି, ସେମାନେ ନିଶ୍ୱାସ ନେବାରେ ସମସ୍ୟା ଭୋଗୁଛନ୍ତି । WHO କହିଛି କି, ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ ଆୟୋଗର ଚୀନ ଅଧିକାରୀ ଏକ ପ୍ରେସ କନଫରରେନ୍ସ ଜରିଆରେ ରହସ୍ୟମୟ ରୋଗ ବିଷୟରେ ସୂଚନା ଦେଇଛନ୍ତି ।
Watching this one closely…
Link: https://t.co/gxRuLe4y50 pic.twitter.com/WSm4W2wV1q
— Isaac Bogoch (@BogochIsaac) November 22, 2023