Below header

ବିଶ୍ୱର କ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ କଟକ କହ୍ନେଇପୁରର ଶୁବ୍ରଜିତ ପଣ୍ଡା

କଟକ(କେନ୍ୟୁଜ) : ଅନ୍ତର୍ଜାତୀୟ ବୁକ୍ ଅଫ୍ ରେକର୍ଡସରେ ସାମିଲ ହୋଇଛନ୍ତି କଟକ ଜିଲ୍ଲା କହ୍ନେଇପୁରର ଶୁବ୍ରଜିତ ପଣ୍ଡା। କଉଡ଼ି ଉପରେ ବିଶ୍ୱର ସର୍ବକ୍ଷୁଦ୍ରତମ ଶ୍ରୀଜଗନ୍ନାଥ ଅଙ୍କନ କରି ସେ ଏହି ଅନ୍ତର୍ଜାତୀୟ ରେକର୍ଡସରେ ସାମିଲ ହୋଇଛନ୍ତି। ୨.୫ ସେମି ଦୈର୍ଘ୍ୟ ଓ ୧.୪ ସେମି ପ୍ରସ୍ଥର ଜଗନ୍ନାଥ ନିର୍ମାଣ କରିଛନ୍ତି ଶୁବ୍ରଜିତ।

ctc-

ତାଙ୍କର ଏହି ସଫଳତାରେ ପୁରା ପରିବାର ଓ ଅଞ୍ଚଳବାସୀ ଅତ୍ୟନ୍ତ ଗର୍ବ ଅନୁଭବ କରିଛନ୍ତି। ଛୋଟ ପିଲା ବେଳୁ ତାଙ୍କର ଚିତ୍ରକଳା ପ୍ରତି ବିଶେଷ ଆଗ୍ରହ ଥିଲା। ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରରେ ପୂର୍ବରୁ ଅନେକ ପ୍ରତିଯୋଗୀତାରେ ଭାଗ ନେଇ ସୁନାମ ଅର୍ଜନ କରିଛନ୍ତି। ଏବେ ଅନ୍ତର୍ଜାତୀୟ ସ୍ତରରେ ରେକର୍ଡ କରିଛନ୍ତି। ଏନେଇ ବାପା ଶରତ ଚନ୍ଦ୍ର ପଣ୍ଡା ଓ ମା ଇତିଶ୍ରୀ ପଣ୍ଡା ବେଶ ଗର୍ବ ଅନୁଭବ କରୁଥିବା କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.