Below header

ଆଉ ଏକ ଗିନିଜ ବୁକ୍‌ ଅଫ୍‌ ରେକର୍ଡ ନିଶାରେ ନୂଆପଡ଼ାର ସଚିନ

ଭୁବନେଶ୍ୱର(କେନ୍ୟୁଜ) : ଭାରତର ନି ଷ୍ଟାଇକର ଭାବେ ସୁପରିଚିତ ସଚିନ ବେହେରା ଆଉ ଏକ ଗିନିଜ ବିଶ୍ୱ ରେକର୍ଡ କରିବାକୁ ଲକ୍ଷ୍ୟ କରିଛନ୍ତି । ପୂର୍ବରୁ ଗୋଟିଏ ମିନିଟ ନି ଷ୍ଟ୍ରାଇକ୍‌ ବା ଆଣ୍ଠୁ ପ୍ରଘାତ ରେ ଗିନିଜ ବୁକ୍‌ ଅଫ୍‌ ଓ୍ଵାର୍ଲ୍ଡ ରେକର୍ଡ କରିଥିବା ସଚିନ ଏବେ ପାକିସ୍ତାନର ମୁଷ୍ଟିଯୋଦ୍ଧା ମହମ୍ମଦ ରସିଦଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କର ଦୁଃସାହସୀକ ଖେଳ ପ୍ରଦର୍ଶନ କରିବେ ।

sachin-

ଜଣେ ଦୁଃସାହସୀକ କ୍ରୀଡାବୀତ ଭାବେ ନୂଆପଡ଼ାର ସଚିନଙ୍କ ନାମ ରହିଛି । ଆସନ୍ତାକାଲି (ରବିବାର) ୟୁନିଟ-୯ ସ୍ଥିତ ବୁଦ୍ଧ ବିହାର ଠାରେ ଦିନ ୧୨ ଟାରେ ଏନେଇ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହେବ । ଏଥିରେ ମୁଖ୍ୟ ଅତିଥି ଭାବେ ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ବୋଲି ଏକ ପ୍ରେସ ବିଜ୍ଞପ୍ତି ଜରିଆରେ ସଚିନ ବେହେରା ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.