ଏ ମାଛ ଧରି କୋଟିପତି ହୋଇଗଲେ ମତ୍ସ୍ୟଜୀବୀ

ଜଳେଶ୍ୱର (କେନ୍ୟୁଜ୍‌) : ମାଛ କଲା କୋଟି ପତି, ଓଡିଶା ପଶ୍ଚିମବଙ୍ଗ ସୀମାନ୍ତ ଦିଘା ଠାରେ ୧୨୧ଟି ତେଲିଆ ଭୋଲା ମାଛ ଦୁଇ କୋଟି ଟଙ୍କାରେ ବିକ୍ରି ହୋଇଛି । ଏହି ତେଲିଆ ଭୋଲା ମାଛର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୨ କୋଟି ଟଙ୍କା ହୋଇଥିବା ବେଳେ ଗୋଟିଏ ମାଛର ଓଜନ ପ୍ରାୟ ପାଖାପାଖି ୧୮ କିଲୋଗ୍ରାମ ।

ଦୁଇ ଦିନ ପୂର୍ବରୁ ପଶ୍ଚିମବଙ୍ଗର କିଛି ମତ୍ସ୍ଯଜୀବୀ ଟ୍ରଲର ଯୋଗେ ଗଭୀର ସମୁଦ୍ରକୁ ମାଛ ଧରିବାକୁ ଯାଇଥିବା ବେଳେ ଏହି ବିରଳ ମାଛ ଗୁଡିକ ଜାଲରେ ଲାଗିଥିଲା । ଏହାପରେ ଦିଘା ଇଷ୍ଟୋରିଆ ମତ୍ସ୍ୟଜୀବୀ ଏବଂ ମତ୍ସ୍ୟ ବ୍ୟବସାୟୀ ସଂଘର ଉଦ୍ୟମରେ ମାଛଗୁଡିକ ନିଲାମ କରାଯାଇ ଥିଲା । କୋଲକାତାର ଏକ ଫାର୍ମା କମ୍ପାନୀ ଏହି ବିରଳ ମାଛ ସବୁକୁ କିଣି ନେଇଥିବା ସୂଚନା ମିଳିଛି ।

ଏହି ମାଛର ଚର୍ବିରୁ ଔଷଧ ଏବଂ ପ୍ରାସାଧନ ସାମଗ୍ରୀ ତିଆରି କାମରେ ଲାଗିଥାଏ । କ୍ୟାନ୍ସର ଓ କିଛି ଅସାଧ୍ୟ ରୋଗ କ୍ଷେତ୍ରରେ ଏହି ମାଛର ବିଭିନ୍ନ ଅଂଶ ବ୍ୟବହାର କରାଯାଇଥାଏ ବୋଲି କୁହାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.