ମୟୁରଭଞ୍ଜ: ବାରିପଦା ପିଆରଏମ୍ ହସ୍ପିଟାଲରୁ ଅଧଘଣ୍ଟାରେ ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁ
ମୟୁରଭଞ୍ଜ(କେନ୍ୟୁଜ୍): ଅଧଘଣ୍ଟାରେ ଉଦ୍ଧାର ହେଲା ଚୋରି ହୋଇଥିବା ଶିଶୁ। ବାରିପଦା ପିଆରଏମ୍ ହସ୍ପିଟାଲ ପରିସରରୁ ଚାରି ଦିନର ଶିଶୁ ଚୋରି ଅଭିଯୋଗ ହୋଇଥିଲା। ଅଭିଯୋଗର ଅଧ ଘଣ୍ଟା ମଧ୍ୟରେ ଚୋରକୁ ଗିରଫ କରିଛି ବାରିପଦା ଟାଉନ ଥାନା ପୋଲିସ। ଝାରପୋଖରିଆ ଥାନା କେନ୍ଦୁଡ଼ିହା ଅଞ୍ଚଳର ସାଲେଇ ବାସ୍କେ ଓ ରାଇମଣି ଟୁଡୁଙ୍କ ଶିଶୁ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା।
ପୋଲିସ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରି ଶିଶୁ ଚୋରି କରିଥିବା ଦୁଇ ମହିଳାଙ୍କୁ ବାରିପଦା ଟାଉନ ଥାନା ବାଗଡ଼ିହା ଅଞ୍ଚଳରୁ ଧରାଯାଇଛି। ଉଦ୍ଧାର ଶିଶୁକୁ କରାଯାଇ ମାଆ ନିକଟରେ ଛଡା ଯାଇଛି। ଦୁଇ ଶିଶୁ ଚୋର ବାଲେଶ୍ୱର ସହଦେବ ଖୁଣ୍ଟା ଅଞ୍ଚଳର ସହରଙ୍ଗପୁର ସୀମା ସିଂ ଓ ଅନ୍ୟ ଜଣକ ଚାନ୍ଦୁଆ ଥାନା ନାଗଶୋଳ ଅଞ୍ଚଳର ମୀନାକ୍ଷି ବେହେରା।