ଗ୍ରୀଷ୍ଣ ପ୍ରବାହକୁ ନେଇ SRCଙ୍କ ସତର୍କ ବାଣୀ, ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ
କେନ୍ୟୁଜ୍(ବ୍ୟୁରୋ): ଚଳିତ ବର୍ଷ ବଢିପାରେ ଗ୍ରୀଷ୍ଣ ପ୍ରବାହ। ଗ୍ରୀଷ୍ଣ ଆସିବା ପୂର୍ବରୁ ସତର୍କ ସୂଚନା ଜାରି କରିଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର। ଗ୍ରଷ୍ଣ ପ୍ରବାହକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲାପାଳଙ୍କୁ ସଜାଗ ରହିବାକୁ ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ଚିଠି ମାଧ୍ୟମରେ ଜଣାଇଛନ୍ତି।
ଜଳାଭାବ ସମ୍ଭାବନା ଥିବା ଅଞ୍ଚଳ ଗୁଡ଼ିକ ଚିହ୍ନଟ କରିବାକୁ ଚିଠିରେ ଉଲ୍ଲେଖ ରହିଛି। ଟ୍ୟୁବୱେଲ ଓ ପାଇପ ଲାଇନ ଗୁଡିକୁ ଗୁରୁତ୍ବ ଦେବାକୁ ଏସଆରସି ଚିଠି ମାଧ୍ୟମରେ ଜଣାଇଛନ୍ତି।
ସର୍ବସାଧାରଣ ସ୍ଥାନରେ ପାନୀୟ ଜଳ ବ୍ୟବସ୍ଥା କରିବାକୁ କୁହାଯାଇଛି । କେନାଲରେ ଜଳ ଛାଡିବାକୁ ଜଳ ସମ୍ପଦ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଗ୍ରୀଷ୍ଣ ପ୍ରାବହରେ ଲୋକଙ୍କ ଅସୁସ୍ଥତା ସମ୍ପର୍କରେ ସଚେତନ କରିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।
ସେହିପରି ସଚେତନା କାର୍ଯ୍ୟକ୍ରମରେ ସାମାଜିକ ସଂସ୍ଥାମାନଙ୍କୁ ସାମିଲ ଲାଗି ପରାମର୍ଶ ଦିଆଯାଇଛି ଓ ତା ସହିତ ସବୁ ସ୍ବାସ୍ଥ୍ୟକେନ୍ଦ୍ରରେ ଓଆରଏସ ଓ ସାଲାଇନ ମହଜୁଦ ରଖିବାକୁ ଚିଠି ମାଧ୍ୟମରେ ନିର୍ଦ୍ଦେଶ ଦିଆଯାଇଛି।