ଦୀର୍ଘ ୭ ବର୍ଷ ପରେ ପଡ଼ିଛି ମହାବାରୁଣେଇ ସ୍ନାନ, ଲାଗିଛି ଭକ୍ତଙ୍କ ଭିଡ଼

ମହାନଦୀ କୂଳେ ପ୍ରଭୁ ନୀଳମାଧବ ବିରାଜ ମାନ । ତେବେ ଦୀର୍ଘ ୭ ବର୍ଷ ପରେ ପଡିଛି ମହାବାରୁଣେଇ ସ୍ନାନ । ଏନେଇ ଜଗନ୍ନାଥଙ୍କ ଆଦିପୀଠ ହୋଇପଡ଼ିଛି ଚଳଚଞ୍ଚଳ । ରାଜ୍ୟ ଓ ରାଜ୍ୟ ବାହାରୁ ଲାଗିଛି ଭକ୍ତଙ୍କ ଭିଡ଼ ।

ନୟାଗଡ (କେନ୍ୟୁଜ): ଜଗନ୍ନାଥଙ୍କ ଆଦିପୀଠ ରୂପେ କଣ୍ଟିଲୋର ନୀଳମାଧବ ପୀଠର ମହତ୍ୱ ରହିଛି । ମହାନଦୀ କୂଳେ ପ୍ରଭୁ ନୀଳମାଧବ ବିରାଜ ମାନ । ତେବେ ଦୀର୍ଘ ୭ ବର୍ଷ ପରେ ପଡିଛି ମହାବାରୁଣେଇ ସ୍ନାନ । ଏନେଇ ଜଗନ୍ନାଥଙ୍କ ଆଦିପୀଠ ହୋଇପଡ଼ିଛି ଚଳଚଞ୍ଚଳ । ରାଜ୍ୟ ଓ ରାଜ୍ୟ ବାହାରୁ ଲାଗିଛି ଭକ୍ତଙ୍କ ଭିଡ଼ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସକାଳ ୫ଟା ରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ମହା ବାରୁଣେଇ ସ୍ନାନ ହେବ । ଏଥିପାଇଁ ବିଭିନ୍ନ ସଂଗଠନ ପକ୍ଷରୁ ଖାଦ୍ୟ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି । ଅଗ୍ନିଶମ ବିଭାଗ ସଜାଗ ରହିଛି । ମହାନଦୀ ଜଳରେ ବ୍ୟାରିକେଟ କରାଯାଇଛି । ଆଇନ ଶୃଙ୍ଖଳା ପାଇଁ ୨ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ଅନ୍ୟପଟେ ଖଣ୍ଡପଡା ଏସଡିପିଓ ଓ ଖଣ୍ଡପଡା ଆଇଆଇସି ଦାୟିତ୍ୱରେ ଅଛନ୍ତି ।

ଯେଉଁ ସ୍ଥାନରେ ବାରୁଣେଇ ସ୍ନାନ ହେଉଛି ତାକୁ କମେଇ ମୁଁହାଣ କୁହାଯାଏ । ବିଶ୍ୱାସ ରହିଛି ବାରୁଣେଇ ସ୍ନାନ କଲେ ପିତୃ ପୁରୁଷ ମୋକ୍ଷ ଲାଭ କରନ୍ତି । ପିତୃ ପୁରୁଷଙ୍କ ଅସ୍ତି ବିସର୍ଜନ କରାଯାଏ । କିମ୍ବଦନ୍ତୀ ଅନୁସାରେ ସ୍ନାନ ଯାତ୍ରା ହେଉଛି ପଣ୍ଡୁଙ୍କ ଶ୍ରାଦ୍ଧ । ଯେତେବେଳେ ପଞ୍ଚୁ ପାଣ୍ଡବ ବନବାସ ଯାଇଥିଲେ, ସେହି ସମୟରେ ପଣ୍ଡୁଙ୍କ ଶ୍ରାଦ୍ଧ ପଡିଥିଲା । ନୀଳମାଧବଙ୍କ ପୀଠରେ ପଞ୍ଚୁ ପାଣ୍ଡବ ଥିଲେ । ବଡଭାଇ ଯୁଧିଷ୍ଠିରଙ୍କ ନିର୍ଦେଶ କ୍ରମେ ଅର୍ଜୁନ ତୀର ମାରି ତ୍ରିବେଣୀକୁ ଡାକିଥିଲେ । ସେଠାରେ କମେଇ ନଦୀ ଓ କୁଆଁରୀଆ ନଦୀକୁ ଡାକିଥିଲେ । ସେହି ସ୍ଥାନରେ ଏହି ନଦୀଗୁଡ଼ିକ ଆସି ମହାନଦୀରେ ମିଶିଥିଲେ । ପ୍ରଭୁ ନୀଳମାଧବ ହେଉଛନ୍ତି ସ୍ୱୟଂ କୃଷ୍ଣ । ପଞ୍ଚୁ ପାଣ୍ଡବଙ୍କ ସହିତ ପ୍ରଭୁ କୃଷ୍ଣ ମିଶି ପିଣ୍ଡ ଦାନ କରିଥିବାରୁ ଏଠାରେ ବରୁଣେଇ ସ୍ନାନ ହୋଇଥାଏ । କେଉଁ ବର୍ଷ ୧୨ ବର୍ଷରେ ପଡେ ତ କେତେବେଳେ ୧୦ ବର୍ଷ ରେ ପଡେ । ଚଳିତ ବର୍ଷ ୭ ବର୍ଷରେ ପଡିଥିବାରୁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହୋଇଥିବା ଆନୁମାନ କରାଯାଉଛି ।

ବାରୁଣେଇ ସ୍ନାନ କରିବା ପାଇଁ ପ୍ରଭୁ ନୀଳ ମାଧବ ମହାନଦୀ କୂଳକୁ ଆସନ୍ତି । ବିଭିନ୍ନ ଅଞ୍ଚଳରୁ ଭକ୍ତଙ୍କ ସମାଗମ ହୋଇଛି । ତାପମାତ୍ରା ବୃଦ୍ଧି ପାଇବା ସାଙ୍ଗକୁ ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଛି । ଅଗ୍ନିଶମ ବିଭାଗ ପାଣି ଛିଞ୍ଚିବା ସହ ପାନୀୟ ଜଳର ବ୍ୟବସ୍ଥା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.