ତାଜମହଲରେ ରିଲ୍ସ କରିବାକୁ ନେଇ କିଛି ଝିଅ ଓ ସିଏସ୍ଏଫ୍ ଯବାନ ମଧ୍ୟରେ ଯୁକ୍ତିତର୍କ, ଭାଇରାଲ ହେଉଛି ଭିଡିଓ

ତାଜମହଲରେ ଏକ ଡ୍ୟାନ୍ସ ରିଲ୍ସ ତିଆରି କରିବାକୁ ନେଇ କିଛି ପର୍ଯ୍ୟଟକ ଝିଅ ଏବଂ ସିଏସଏଫ ଯବାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ଶନିବାର ଅପରାହ୍ନରେ ତାଜମହଲରେ ଏକ ଡ୍ୟାନ୍ସ ରିଲ୍ସ ତିଆରି କରିବାକୁ ନେଇ କିଛି ପର୍ଯ୍ୟଟକ ଝିଅ ଏବଂ ସିଏସଏଫ ଯବାନଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । ଏହି ମାମଲାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ସିଏସ୍ଏଫ୍ ଅଧିକାରୀମାନେ ଏ ବିଷୟରେ କିଛି କହୁନାହାଁନ୍ତି, କିନ୍ତୁ ଆର୍କିଓଲୋଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆ (ଏଏସ୍ଆଇ) ସିଏସ୍ଏଫ୍ ପକ୍ଷରୁ ଏହି ଘଟଣାର ସମ୍ପୂର୍ଣ୍ଣ ରିପୋର୍ଟ ମାଗିଛନ୍ତି ।

ସୂଚନାନୁସାରେ, ଶନିବାର ଅପରାହ୍ନରେ ରାମବାଗ ଅଞ୍ଚଳର ଚାରିଜଣ ଝିଅ ନିଜ ସାଙ୍ଗମାନଙ୍କ ସହିତ ତାଜମହଲ ପରିଦର୍ଶନ କରିବାକୁ ଆସିଥିଲେ । ସମସ୍ତ ଝିଅ ତାଜମହଲ ପରିସରରେ ବହୁତ ମଜା କରୁଥିଲେ, ଭିଡିଓ ଏବଂ ଫଟୋ ନେଉଥିଲେ । ଏହା ପରେ ଯେତେବେଳେ ଝିଅମାନେ ଶାହି ମସଜିଦ ନିକଟରେ ପହଞ୍ଚିଲେ, ସେମାନେ ମୋବାଇଲରେ ଡ୍ୟାନ୍ସ ରିଲ୍ ତିଆରି କରିବା ଆରମ୍ଭ କରିଥିଲେ । ଏହା ଦେଖି ସୁରକ୍ଷା କର୍ମୀମାନେ ସେମାନଙ୍କୁ ଅଟକାଇ ଏଠାରେ ରିଲ ତିଆରି ନକରିବାକୁ କହିଥିଲେ । ଏହି ବିଷୟରେ ସିଏସ୍ଏଫ୍ ଯବାନ ଏବଂ ଝିଅମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ।

ବର୍ତ୍ତମାନ ପର୍ଯ୍ୟଟକ ଝିଅମାନେ ଅଭିଯୋଗ କରିଛନ୍ତି ଯେ ସିଏସ୍ଏଫ୍ ଯବାନ ସେମାନଙ୍କୁ ରିଲ୍ସ ତିଆରି କରିବାରେ ଅଟକାଇଛନ୍ତି । ଏହା ସହିତ ସେ ଅଶ୍ଳୀଳ ବ୍ୟବହାର ମଧ୍ୟ କରିଥିଲେ । ତେବେ ଝିଅମାନଙ୍କ କହିବା ଅନୁସାରେ,”ସେମାନେ ଜାଣି ନଥିଲେ ଯେ ଏଠାରେ ରିଲ୍ ତିଆରି ଉପରେ ଏକ ନିଷେଧାଦେଶ ରହିଛି । ଏହା ପରେ ସିଏସ୍ଏଫ୍ ଯବାନ ସେମାନଙ୍କୁ ରିଲ୍ ଡିଲିଟ୍ କରିବାକୁ କହିଥିଲୁ । ଏହା ସହ ସେହି ସିଏସ୍ଏଫ୍ ଯବାନ ଅଶ୍ଳୀଳ ବ୍ୟବହାର କରିଥିଲେ, ଯାହାଫଳରେ ସେଠାରେ ଯୁକ୍ତିତର୍କ ଆରମ୍ଭ ହୋଇଥିଲା । ଏହି ସମୟ ମଧ୍ୟରେ ସିଏସ୍ଏଫ୍ ଯବାନ ରମେଶ ଚାନ୍ଦ ଝିଅକୁ ଠେଲି ଦେଇଥିଲେ । ଏହା ବ୍ୟତୀତ ଝିଅମାନେ ତାଙ୍କୁ ଅଟକାଇଲା ପରେ ସେ ଝିଅକୁ ଚାପୁଡ଼ା ମଧ୍ୟ ମାରିଥିଲା । ଏପରି ଅନେକ ପ୍ରକାରର କଥା ସାମ୍ନାକୁ ଆସିଛି । ଏହା ସହ ସେହି ମାମଲାର ଏବେ ତଦନ୍ତ ଚାଲିଛି ।

ତାଜମହଲରେ ଜଣେ ପର୍ଯ୍ୟଟକ ଏବଂ ସିଏସ୍ଏଫ୍ ଯବାନଙ୍କ ମଧ୍ୟରେ ଝଗଡା ମୋବାଇଲରେ କଏଦ ହୋଇଥିଲା । ଭାଇରାଲ ହେଉଥିବା ଏହି ଭିଡିଓରେ ଏହା ଦେଖିବାକୁ ମିଳେ ଯେ ଜଣେ ଯୁବକ ମଧ୍ୟ ଝିଅମାନଙ୍କ ସହିତ ଅଛନ୍ତି, ଯିଏ ସବୁକିଛି ଦେଖୁଛନ୍ତି । ତେବେ ଅନ୍ୟ ଜଣେ ବ୍ୟକ୍ତି ଯବାନ ଝିଅଙ୍କ ଉପରେ ଆକ୍ରମଣ କରିଥିବା ଭିଡିଓ ପ୍ରସ୍ତୁତ କରିଛନ୍ତି । ଏହା ପରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ବଢିଯାଇଥିଲା । ଏହି ସମୟରେ ଝିଅମାନେ ୧୧୨କୁ କଲ କରି ଅଭିଯୋଗ କରିଥିଲେ । ବର୍ତ୍ତମାନ ଏହି ମାମଲାର ତଦନ୍ତ ଚାଲିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.