‘ଗୋମାଂସ ଖାଆନ୍ତି କଙ୍ଗନା, ତଥାପି ମିଳିଛି ଟିକେଟ୍‌…’; କଂଗ୍ରେସ ନେତାଙ୍କ ଦାବି ଉପରେ ଜବାବ ରଖିଲା ବିଜେପି

ବଲିଉଡରୁ ରାଜନୈତିକ ମଇଦାନରେ ପ୍ରବେଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । କିନ୍ତୁ ବର୍ତ୍ତମାନ ସେ କ୍ରମାଗତ ଭାବରେ ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି ।

ବଲିଉଡରୁ ରାଜନୈତିକ ମଇଦାନରେ ପ୍ରବେଶ କରିଛନ୍ତି ଅଭିନେତ୍ରୀ କଙ୍ଗନା ରାଣାୱତ । କିନ୍ତୁ ବର୍ତ୍ତମାନ ସେ କ୍ରମାଗତ ଭାବରେ ବିରୋଧୀ ଦଳର ଟାର୍ଗେଟରେ ଅଛନ୍ତି । କଙ୍ଗନା ହିମାଚଳ ପ୍ରଦେଶର ମଣ୍ଡି ଆସନରୁ ଭାରତୀୟ ଜନତା ପାର୍ଟିର ଲୋକସଭା ପ୍ରାର୍ଥୀ ହୋଇଛନ୍ତି ।

କିଛି ଦିନ ପୂର୍ବେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତ କଙ୍ଗନାଙ୍କ ଉପରେ ବିବାଦୀୟ ବୟାନ ଦେଇଥିଲେ । ଏବେ କଂଗ୍ରେସ ନେତା ବିଜୟ ୱାଡେଟିୱାର ମଧ୍ୟ କଙ୍ଗନା ଗୋମାଂସ ଖାଇବା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ନିକଟରେ କଙ୍ଗନାଙ୍କୁ ଟାର୍ଗେଟ କରିଛନ୍ତି କଂଗ୍ରେସ ନେତା । ସେ କହିଛନ୍ତି ଯେ ବିଜେପି ଏମିତି ଜଣେ ପ୍ରାର୍ଥୀଙ୍କୁ ଟିକେଟ୍‌ ଦେଇଛି, ଯିଏ ଗୋମାଂସ ଖାଇବାକୁ ପସନ୍ଦ କରନ୍ତି । ସେ ନିଜେ ତାଙ୍କ ପୁରୁଣା ସାକ୍ଷାତକାରରେ ଏହାର ଖୁଲାସା କରିସାରିଛନ୍ତି ଏବଂ ବର୍ତ୍ତମାନ ସେ ବିଜେପି ଟିକେଟରେ ନିର୍ବାଚନ ଲଢ଼ିବାକୁ ଯାଉଛନ୍ତି ।

କହି ରଖୁଛୁ, ବିଜୟ ୱାଡେଟିୱାର ହେଉଛନ୍ତି ମହାରାଷ୍ଟ୍ର ବିଧାନସଭାରେ ବିରୋଧୀ ଦଳ ନେତା । ବିଜୟଙ୍କର ଏଭଳି ବୟାନ ପରେ ସୋସିଆଲ ମିଡିଆରେ କଙ୍ଗନାଙ୍କ ଗୋମାଂସ ବିବାଦ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ସେପଟେ ଅନେକ ବିଜେପି ନେତା ଏହା ବିରୋଧରେ ସ୍ୱର ଉଠାଇବା ସହ ବିଜୟଙ୍କୁ ଉପଯୁକ୍ତ ଜବାବ ମଧ୍ୟ ଦେଇଛନ୍ତି ।

ବିଜେପି ମୁଖପାତ୍ର କେଶବ ଉପାଧ୍ୟାୟ ବିଜୟ ୱାଡେଟିୱାରଙ୍କ ବୟାନ ଉପରେ ଜବାବ ରଖିଛନ୍ତି । ସେ କହିଛନ୍ତି ଯେ ବିଜୟଙ୍କ ବୟାନ କଂଗ୍ରେସର ଖରାପ ମାନସିକତାକୁ ଦର୍ଶାଉଛି । ଏହା କଂଗ୍ରେସର ମଇଳା ସଂସ୍କୃତିର ପ୍ରତିବିମ୍ବ । ଆମ ସହିତ ଲଢ଼ିବା ପାଇଁ ସେମାନଙ୍କ ପାଖରେ କୌଣସି ପ୍ରସଙ୍ଗ ନାହିଁ, ସେଥିପାଇଁ ସେମାନେ ଏପରି ବୟାନ ଦେଉଛନ୍ତି । ଏଥିରୁ ସେମାନଙ୍କ ପରାଜୟର ମାନସିକତା ସ୍ପଷ୍ଟ ଭାବରେ ନଜର ଆସୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.