ଖୁବଶୀଘ୍ର ହୋଇ ପାରେ ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଅଦଳ ବଦଳ

ବିନୟତୋଷ ମିଶ୍ର ହେଲେ ଅଗ୍ନିଶମ ଡିଜି। ରାଜ୍ୟରେ ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ। ୧୯୯୩ ବ୍ୟାଚର ଆଇପିଏସ ଅଫିସର ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

କେନ୍ୟୁଜ୍(ବ୍ୟୁରୋ):  ବରିଷ୍ଠ ଆଇପିଏସ ଅଫିସର ସ୍ତରରେ ଅଦଳବଦଳ।  ବିନୟତୋଷ ମିଶ୍ର ହେଲେ ଅଗ୍ନିଶମ ଡିଜି। ରାଜ୍ୟରେ ବରିଷ୍ଠ ଆଇପିଏସ ସ୍ତରରେ ଅଦଳବଦଳ। ୧୯୯୩ ବ୍ୟାଚର ଆଇପିଏସ ଅଫିସର ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ ହୋମଗାର୍ଡ ବିଭାଗର ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି।

ସେ ବର୍ତ୍ତମାନ ରାଜ୍ୟ କ୍ରାଇମ ରେକର୍ଡସ ବ୍ୟୁରୋର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ତୁଲାଉଛନ୍ତି। ଅଗ୍ନିଶମ ବିଭାଗ ଡିଜି ଥିବା ସନ୍ତୋଷ କୁମାର ଉପାଧ୍ୟାୟ ଆସନ୍ତାକାଲି ଅବସର ନେଉଛନ୍ତି। ସେହିପରି ୧୯୮୮ ବ୍ୟାଚର ଆଇପିଏସ ଅରୁଣ କୁମାର ରାୟଙ୍କୁ ଗୃହ ବିଭାଗର ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି। ୧୯୮୯ ବ୍ୟାଚର ଆଇପିଏସ ଅଧିକାରୀ ଏସ ଏମ ନରଭଣେଙ୍କୁ ମଧ୍ୟ ଗୃହ ବିଭାଗ ଓଏସଡି ଭାବେ ନିଯୁକ୍ତି ଦିଆଯାଇଛି।.

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.