ଋଣ ଦେବେ କହି ଲୁଟିନେଲେ ଲକ୍ଷାଧିକ ଟଙ୍କା, ଜାଣନ୍ତୁ ପୁରା ମାମଲା

ଖଲିଦନା ଓ ହଳଦୀ ପେସା ମେସିନ ବାବଦରେ ମହିଳା ମାନଙ୍କ ନାମରେ ୨ଲକ୍ଷ ୫୦ହଜାର ଟଙ୍କା ଋଣ କରାଯାଇଛି । ମାତ୍ର ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ଦୁଇ ଜଣ ବ୍ୟକ୍ତି ପୁରୁଷୋତ୍ତମପୁର ଗାଁର ପ୍ରମୋଦ କ୍ଷେତି ଏବଂ ଶୁଣ୍ଡିପଦର ଗାଁର କଲ୍ୟାଣ ବସ୍ତିଆ ଟଙ୍କା ସବୁ ନେଇଯାଇଥିବା ବେଳେ ଏବେ ସେମାନେ ଧରାଛୁଆଁ ଦେଉନାହାନ୍ତି ।

ବଢ଼ିଚାଲିଛି ଠକଙ୍କ ଉତ୍ପାତ । କୌଣସି ନା କୌଣସି ବାହାନା କରି ଠକମାନେ ଅନେକ ଲୋକଙ୍କୁ ଠକୁଥିବା ଅଭିଯୋଗ ଆସେ । ତେବେ ମହିଳାମାନେ ସ୍ୱାବଲମ୍ବୀ ହେବା ପାଇଁ ଅନେକ ଚେଷ୍ଟା କରୁଛନ୍ତି । କିନ୍ତୁ ବେଳେବେଳେ ଅନେକ ମହିଳା ଠକମାନଙ୍କ ଶିକାର ହୁଅନ୍ତି । ଆଉ ରୋଜଗାର କରିବେ କଣ ଓଲଟା ଠକାମିର ଶିକାର ହୁଅନ୍ତି । ତେବେ ଏଭଳି ଏକ ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନାରୁ ସାମ୍ନାକୁ ଆସିଛି । ଖଲିଦନା ଓ ହଳଦୀ ମେସିନ ଯୋଗାଇ ଦେବେ କହି ସମସ୍ତ ଋଣ ଟଙ୍କା ଠକି ନେଇଛନ୍ତି ଠକ ।

ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ମୃତ୍ୟୁଞ୍ଜୟପୁର ଗାଁର ମହିଳା ମାନେ ମନମୁଣ୍ଡା ଥାନାରେ ଏଭଳି ଅଭିଯୋଗ କରିଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଳା ମନମୁଣ୍ଡା ଥାନା ଅନ୍ତର୍ଗତ ମୃତ୍ୟୁଞ୍ଜୟପୁର ଗାଁର କେତେ ଜଣ ମହିଳାଙ୍କୁ ଖଲିଦନା ଓ ହଳଦୀ ପେସା ମେସିନ ଯୋଗାଇ ଦେବା ନାମରେ ଏକ ବେସରକାରି ଫାଇନାନ୍ସ ସଂସ୍ଥାରୁ ଋଣ କରାଇଦେଇ ସମସ୍ତ ଟଙ୍କା ଧରି ଫେରାର ମାରିଛନ୍ତି ଠକମାନେ। ମହିଳାମାନଙ୍କୁ ନା ମେସିନ ଯୋଗାଇ ଦିଆଯାଇଛି ନା ତାଙ୍କର ଋଣ ଟଙ୍କା ପରିଶୋଧ କରାଯାଇଛି । ଖଲିଦନା ଓ ହଳଦୀ ପେସା ମେସିନ ବାବଦରେ ମହିଳା ମାନଙ୍କ ନାମରେ ୨ଲକ୍ଷ ୫୦ହଜାର ଟଙ୍କା ଋଣ କରାଯାଇଛି । ମାତ୍ର ଏହି ଘଟଣାରେ ମଧ୍ୟସ୍ଥି ସାଜିଥିବା ଦୁଇ ଜଣ ବ୍ୟକ୍ତି ପୁରୁଷୋତ୍ତମପୁର ଗାଁର ପ୍ରମୋଦ କ୍ଷେତି ଏବଂ ଶୁଣ୍ଡିପଦର ଗାଁର କଲ୍ୟାଣ ବସ୍ତିଆ ଟଙ୍କା ସବୁ ନେଇଯାଇଥିବା ବେଳେ ଏବେ ସେମାନେ ଧରାଛୁଆଁ ଦେଉନାହାନ୍ତି । ଏପରିକି ସେମାନେ ଋଣ ଟଙ୍କା ବାବଦର କିସ୍ତି ପଇସା ପରିଶୋଧ ମଧ୍ୟ କରୁ ନାହାନ୍ତି । ଠକାମିର ଶିକାର ହୋଇଥିବା ନେଇ ଅନୁଭବ କରିବା ପରେ ଅଭିଯୋଗକାରିଣୀମାନେ ମନମୁଣ୍ଡା ଥାନାରେ ଏନେଇ ଅଭିଯୋଗ କରିଛନ୍ତି । କଲ୍ୟାଣ ବସ୍ତିଆ, ପ୍ରମୋଦ କ୍ଷେତିଙ୍କ ସମେତ ବ୍ୟାଙ୍କ ଅଧିକାରୀ ଭାବେ ପରିଚୟ ଦେଇ ଫିଙ୍ଗର ପ୍ରିଣ୍ଟ ନେଇ ଥିବା ରାଜୀବ ମହାକୁଡ ତିନି ଜଣଙ୍କ ନାଁରେ ମହିଳା ମାନେ ମନମୁଣ୍ଡା ଥାନାରେ ଅଭିଯୋଗ କରିଛନ୍ତି ।

ଏହି ମହିଳାମାନେ କେତ ଆଶା ନେଇ ଖଲିଦନା ଓ ହଳଦୀ ମେସିନ ପାଇଁ ଅପେକ୍ଷା କରିଥିଲେ । ଏହି ମେସିନ ସାହାଯ୍ୟରେ ସେମାନେ ଦୁଇ ପଇସା ରୋଜଗାର କରିଥାନ୍ତେ କିନ୍ତୁ ମେସିନ ମିଳିବା ଦୂରରେ ଥାଉ ତାଙ୍କ ନାଁରେ ଋଣ କରାଯାଇଥିବା ସମସ୍ତ ଟଙ୍କା ଧରି ଛୁ ମାରିଛନ୍ତି ଠକ । ମହିଳାମାନେ ଅଭିଯୋଗ କରି ତାଙ୍କ ଟଙ୍କା ଫେରସ୍ତ ପାଇଁ ଅପେକ୍ଷା କରିଛନ୍ତି । ଏ ଦିଗରେ ଉଚିତ କାର୍ଯ୍ୟାନୁଷ୍ଠାନ ନିଆଗଲେ ହୁଏତ ତାଙ୍କ ଟଙ୍କା ଫେରସ୍ତ ମିଳିପାରନ୍ତା । ତେବେ ଦେଖାଯାଉ ଆଗକୁ କଣ ହେଉଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.