ଖୁବ ଶୀଘ୍ର ପୃଥିବୀର ହେବ ଅନ୍ତ, ତରଳୁଛି ପର୍ମାଫ୍ରୋଷ୍ଟ

ପର୍ମାଫ୍ରୋଷ୍ଟ ଏକ ପ୍ରକାରର ଭୂମି । ଏହି ଭୂମି ଦେଖିବା ପାଇଁ ତ ଏକ ସାଧାରଣ ଭୂମି ପରି ଲାଗିଥାଏ । ହେଲେ ପ୍ରକୃତରେ ଏହା ଏକ ବରଫ ଉପରେ ତିଆରି ହୋଇଥିବା ଭୂମି । ତେବେ ଆମ ପୃଥିବୀରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ପର୍ମାଫ୍ରୋଷ୍ଟ ଭୂମିରେ ବସବାସ କରୁଛନ୍ତି ।

ଆପଣମାନେ ଜାଣିଛନ୍ତି କି ପୃଥିବୀ ଏହି ବ୍ରହ୍ମାଣ୍ଡ ସବୁଠାରୁ ସୁନ୍ଦର ଓ ସବୁଜ ଗ୍ରହ । ଯେଉଁଠାରେ ମଣିଷ ଭିନ୍ନ ଭିନ୍ନ ପ୍ରକାରରେ ଜୀବନ ଅତିବାହିତ କରୁଛନ୍ତି । କିନ୍ତୁ ଆଧୁନିକତା ନାମରେ ମଣିଷ ଏହାକୁ ଏତେ ମାତ୍ରାରେ ନଷ୍ଟ କରୁଛି ଯେ, ବହୁତ ଶୀଘ୍ର ଏହା ଲୋପ ପାଇବାର ସମ୍ଭାବନା ରହିଛି । ତେବେ ଆଜି ଆମେ ଆପଣଙ୍କୁ ଜଣାଇବୁ ପର୍ମାଫ୍ରୋଷ୍ଟ ବିଷୟରେ ଯାହାକୁ ନେଇ ବୈଜ୍ଞାନିକମାନେ ଅତ୍ୟଧିକ ଚିନ୍ତିତ ଅଛନ୍ତି ।

ପର୍ମାଫ୍ରୋଷ୍ଟ କଣ ହୋଇଥାଏ :
ପର୍ମାଫ୍ରୋଷ୍ଟ ଏକ ପ୍ରକାରର ଭୂମି । ଏହି ଭୂମି ଦେଖିବା ପାଇଁ ତ ଏକ ସାଧାରଣ ଭୂମି ପରି ଲାଗିଥାଏ । ହେଲେ ପ୍ରକୃତରେ ଏହା ଏକ ବରଫ ଉପରେ ତିଆରି ହୋଇଥିବା ଭୂମି । ତେବେ ଆମ ପୃଥିବୀରେ କିଛି ଲୋକ ଏପରି ଅଛନ୍ତି, ଯେଉଁମାନେ ପର୍ମାଫ୍ରୋଷ୍ଟ ଭୂମିରେ ବସବାସ କରୁଛନ୍ତି । ହେଲେ କେବେ ଯଦି ଏହି ବରଫ ତରଳି ଯିବ ତାହେଲେ ଅନେକ ଲୋକ ପାତାଳରେ ମିଶି ଯିବେ ।

କେଉଁ ଦେଶ ଏହି ଭୂମିରେ ବସବାସ କରୁଛି :
ଏହି ବିପଦଜନକ ଭୂମିରେ ଅନେକ ବଡ ବଡ ଦେଶର ଲୋକ ବସବାସ କରୁଛନ୍ତି । ଯେପରି କାନାଡା, ଆଲାସ୍କା, ଆମେରିକା, ଗ୍ରୀନଲ୍ୟାଣ୍ଡ, ଆଇସଲ୍ୟାଣ୍ଡ,ନରେଓ୍ଵ, ସ୍ୱିଡେନ, ଫିନଲ୍ୟାଣ୍ଡ ଏବଂ ଚୀନ୍‌ର କିଛି ଅଂଶ ଅନ୍ତର୍ଭୁକ୍ତ ରହିଛି । ତେବେ ଏହି ଦେଶ ଗୁଡିକ ଅଧିକ ବିପଦ ଜନକ ପରିସ୍ଥିତିରେ ରହିଛି, କାରଣ ପୃଥିବୀର ତାପମାତ୍ର ଉତ୍ତାପ ହେବା ଯୋଗୁ ସେହି ସ୍ଥାନରେ ଥିବା ବରଫ ତରଳିବା ପାଇଁ ଲାଗୁଛି । ଏହା ଜାଣିଲେ ଆପଣ ଆଶ୍ଚଯ୍ୟ ହେବ, ଯେ ଏହି ପରି ରୁଷିଆର ଏକ ସ୍ଥାନରେ ହୋଇଛି । ଯାହକୁ ନେଇ ଏବେ ସାରା ବିଶ୍ୱ ଆଲୋଚନା କରୁଛି । ଏଥିମଧ୍ୟରେ ସବୁଠାରୁ ବଡ କଥା ଏଇଟା ଯେ, ରୁଷିଆରେ ଏହି କ୍ରାଟର ୧୯୪୦ରେ ଦେଖା ଦେଇଥିଲା ଏବଂ ଏହାର ମୋଟେଇ ପ୍ରାୟ ୦.୮ ବର୍ଗ କିଲୋମିଟର ଥିଲା ।

ପୃଥିବୀ ପାଇଁ ଏହା କେତେ ବିପଦଜନକ ଏହି ଭୂମିର ତରଳିବା :
ଯଦି ଆପଣମାନେ ଚିନ୍ତା କରୁଛନ୍ତି ଏହି ପର୍ମାଫ୍ରୋଷ୍ଟ ତରିଳିବା ଦ୍ୱାରା କେବଳ ସେହି ଦେଶମାନଙ୍କର କ୍ଷତି ହେବ, ଯେଉଁ ଦେଶ ଏହି ପର୍ମାଫ୍ରୋଷ୍ଟ ଉପରେ ବସବାସ କରୁଛନ୍ତି । ତାହେଲେ ଆପଣ ଏହି ବିଷୟରେ ଭୁଲ ଚିନ୍ତା କରୁଛନ୍ତି । ତେବେ ଏହି ବରଫ ତଳେ ମିଥେନ୍‌ର ସମ୍ପୂର୍ଣ୍ଣ ସଂରକ୍ଷଣ ଲୁଚି ରହିଛି । ଯେଉଁ ଦିନ ଏହି ଭୂମି ତରଳି ଯିବ ଏବଂ ମିଥେନ ସୃଷ୍ଟି ହେବ, ତାହା ଭିତରେ ଥିବା ଜିନିଷଗୁଡିକର ଘୂର୍ଣ୍ଣନ ହେତୁ ଏହା ପୃଥିବୀରେ କାର୍ବନ ପରିମାଣକୁ ଦ୍ୱିଗୁଣିତ କରିବ, ଯାହାଦ୍ୱାରା ପୃଥିବୀରେ ସବୁକିଛି ଗରମ ହେବାକୁ ଆରମ୍ଭ ହୋଇଯିବ ଏବଂ ଏହି ପରିସ୍ଥିତି ଏତେ ଗମ୍ଭୀର ହୋଇଯିବ ଯେ ଲୋକମାନଙ୍କର ବଞ୍ଚିବା କଷ୍ଟକର ହୋଇଯିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.