ରାସ୍ତାରେ ଖରାପ ହେଲା ଚୋରା ଗାଡ଼ି ମେକାନିକ୍‌କୁ ଡାକିବାରୁ ଧରା ପଡ଼ିଗଲେ ଆଉ ଛେଚା ଖାଇଲେ ଚୋର

ଜଲେଶ୍ବର(କେନ୍ୟୁଜ୍):  ବାଲେଶ୍ୱର ଜିଲ୍ଲା ସିଂଲା ଥାନା ଅନ୍ତର୍ଗତ ଦୁଣ୍ଡକୁଣ୍ଡ ଗ୍ରାମରେ ବାଇକ ଚୋରକୁ ଗଛରେ ବାନ୍ଧି ଉତ୍ତମ ମାଧ୍ୟ୍ୟମ ଦେଲେ ଗ୍ରାମବାସୀ।  ସୂଚନା ଅନୁସାରେ ଗତକାଲି ରାତି ରେ ଦୁଇ ଜଣ ଯୁବକ ଦଣ୍ଡକୁଣ୍ଡ ଗ୍ରାମରୁ ମଣ୍ଟୁ ସିଂ ଘରୁ ରାତିରେ ଏକ ବୁଲେଟ ଗାଡି ଚୋରି କରି ନେଇ ପଳାଉ ଯାଉ ଥିବା ସମୟରେ ହଠାତ ନାବରା ଛକ ନିକଟରେ ବୁଲେଟ ଟି ବନ୍ଦ ହୋଇ ଯିବାରୁ ଚୋର ଦୁଇ ଜଣ ସ୍ଥାନୀୟ ଲୋକଙ୍କ ଠାରୁ ମେକାନିକଙ୍କ ନମ୍ବର ଆଣି ଫୋନରେ ଯୋଗାଯୋଗ କରିଥିଲେ।

ମେକାନିକ ଜଣକ ପହଞ୍ଚି ଗାଡି ଦେଖି ଅବାକ ହୋଇ ଥିଲେ। କାରଣ ଗାଡିଟି ହେଉଛି ସେହି ମେକାନିକ ମଣ୍ଟୁ ସିଂଙ୍କର। ସେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହଯୋଗରେ ଦୁଇ ଜଣ ଯୁବକକୁ ଅଟକ ରଖି ଥିଲେ। ଗ୍ରାମବାସୀ  ପହଞ୍ଚି ଦୁଇ ଚୋରକୁ ଗଛରେ ବାନ୍ଧି ଉତ୍ତମ ମଧ୍ଯମ ଦେଇ ଥିଲେ।  ତେବେ ଅଟକ ଦୁଇ ଜଣ ଜଣଙ୍କ ଯୁବକର ପରିଚୟ ମିଳି ନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.