Below header

ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସା ଘଟଣା, ଗିରଫ ସଂଖ୍ୟା ୨୩କୁ ବୃଦ୍ଧି

ନୂଆଦିଲ୍ଲୀ: ଦିଲ୍ଲୀ ଜାହାଙ୍ଗିରପୁରୀ ହିଂସା ଘଟଣାରେ ଗିରଫ ସଂଖ୍ୟା ୨୩କୁ ବୃଦ୍ଧି। ଉଭୟ ପକ୍ଷରୁ ୨୩ ଜଣଙ୍କୁ ଗିରଫ କରାଯାଇଛି। ଏମାନଙ୍କ ଭିତରୁ ୮ ଜଣଙ୍କ ନାଁରେ ପୂର୍ବରୁ ଅପରାଧ ରେକର୍ଡ ରହିଛି। ଦିଲ୍ଲୀ ପୋଲିସର କହିବାନୁସାରେ, ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଦୋଷୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ହେବ।

ସୂଚନାଯୋଗ୍ୟ ଯେ ଶନିବାର ଜାହାଙ୍ଗିରପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ବେଳେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇଥିଲା। ଏଥିରେ ୮ ଜଣ ପୋଲିସ୍‌ କର୍ମଚାରୀଙ୍କ ସମେତ ୯ ଜଣ ଆହତ ହୋଇଥିଲେ। ହିଂସାକାଣ୍ଡ ପରେ ଜାହାଙ୍ଗିରପୁରୀ ଅଞ୍ଚଳରେ ପୋଲିସ ଛାଉଣୀ ହୋଇଛି। ଏବେ ଘଟଣାର ତଦନ୍ତ କରୁଛି କ୍ରାଇମବ୍ରାଞ୍ଚ। ତଦନ୍ତ ପାଇଁ ୧୪ଟି ଟିମ୍‌ ଗଠିତ ହୋଇଛି। ୪ଟି ଫରେନସିକ୍‌ ଟିମ୍‌ ଘଟଣା ସ୍ଥଳକୁ ଗସ୍ତ କରି ନମୁନା ସଂଗ୍ରହ କରିଛନ୍ତି।

ସୋମବାର ମଧ୍ୟ ପୋଲିସ ଉପରେ ଢେଲା ମାଡ଼ ହୋଇଛି। ଏଥିରେ ଜଣଙ୍କୁ ଗିରଫ କରାଯାଇଛି। ହିଂସାକାଣ୍ଡ ବେଳେ ଖଣ୍ଡା ବୁଲିବା ସହ ଗୁଳି ଫୁଟିଥିଲା ବୋଲି ପ୍ରତ୍ୟକ୍ଷଦର୍ଶୀ କହିଛନ୍ତି। ଉଭୟ ପକ୍ଷ ଅସ୍ତ୍ରଶସ୍ତ୍ର ଧରି ପରସ୍ପରକୁ ଆକ୍ରମଣ କରିଥିଲେ। ଅନ୍ୟପଟେ ବିନା ଅନୁମତିରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ହୋଇଥିବା ନେଇ କହିଛି ଦିଲ୍ଲୀ ପୋଲିସ।

Image Credit: କେବଳ ନଡ଼ିଆ ନୁହେଁ, ଏହାର ଚା’ରେ ବି ରହିଛି ଅନେକ ଔଷଧୀୟ ଗୁଣ; ଜାଣନ୍ତୁ Coconut Teaର ଫାଇଦା

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.