କଣ୍ଟାବାଞ୍ଜି ସହରରେ ଦୁଇ ଦୁଇଟି ଚୋରି, ସିସିଟିଭିରେ କଏଦ ହେଲା ଦୃଶ୍ୟ

କଣ୍ଟାବାଞ୍ଜି (କେନ୍ୟୁଜ): କଣ୍ଟାବାଞ୍ଜି ସହରରେ ଦିନ କୁ ଦିନ ବାଇକ ଚୋରି ବଢୁଥିବା ଦେଖିବାକୁ ମିଳୁଛି । ବିଳମ୍ବିତ ରାତି ସମୟରେ ଜଣେ ବ୍ୟବସାୟୀଙ୍କ ଘରେ ବାହାରେ ଥିବା ବାଇକ ଚୋରି ହୋଇଛି । ଚୋରିର ଦୃଶ୍ୟ ଦୋକାନ ବାହାରେ ଲାଗିଥିବ ସିସିଟିଭିରେ କଏଦ ହୋଇଛି । ତେବେ ଚୋର ମାନେ ସିସିଟିଭି ଲାଗିଥିଲେ ସୁଦ୍ଧା ଭୟ କରିନାହାନ୍ତି ।

ସେହି ବିଳମ୍ବିତ ରାତିରେ ସହରରେ ମୁଖ୍ୟ ଛକରେ ଥିବା ଏକ ଚାରି ଚକିଆ ଗାଡ଼ିକୁ ମଧ୍ଯ ଚୋରି କରିବାକୁ ଦୁଇ ଜଣ ଚୋର ପ୍ରୟାସ କରିଥିବା ସିସିଟିଭିରେ କଏଦ ହୋଇଥିବା ଦେଖିବାକୁ ମିଳିଛି । ତେବେ ଚାରି ୪ ଚକିଆ ଗାଡିର ଷ୍ଟ୍ରିୟରିଂ ଲକ ହୋଇଯାଇଥିବା ଯୋଗୁ ଗାଡିକୁ ଚୋର ମାନେ ଚୋରି କରିବାରେ ସଫଳ ହୋଇନଥିଲେ। କିନ୍ତୁ ଗାଡିର କିଛି ଜିନିଷ ଚୋରି କରି ନେଇଯାଇଥିଲେ । ଏନେଇ କଣ୍ଟାବାଞ୍ଜି ପୋଲିସର କୋୖଣସି ପ୍ରତିକ୍ରିୟା ମିଳିପାରିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.