ଫିଲ୍ମ ଷ୍ଟାଇଲରେ ଚୋରି, ଚଳନ୍ତା ଟ୍ରେନରୁ ବ୍ୟବସାୟୀଙ୍କ ଠାରୁ ୨ କୋଟିର ସୁନା ଲୁଟିନେଲେ ଲୁଟେରା

ଚଳନ୍ତା ଟ୍ରେନରୁ ଲୁଟ୍‌ ଘଟଣା ଆପଣ ନିଶ୍ଚିତ ଫିଲ୍ମରେ ଦେଖିଥିବେ। ବଲିଉଡରେ ଏମିତି ଅନେକ ଫିଲ୍ମ ତିଆରି ହୋଇଛି, ଯେଉଁଥିରେ ଚଳନ୍ତା ଟ୍ରେନରୁ ଲୁଟ୍‌ ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏମିତି ଏକ ଘଟଣା କଟିହାର ବରାନୀ ରେଳଖଣ୍ଡରେ ଦେଖିବାକୁ ମିଳିଛି। ସୂଚନାମୁତାବକ, ହାଟେବାଜାର ଏକ୍ସପ୍ରେସରେ ଜଣେ ବ୍ୟବସାୟୀଙ୍କ ଠାରୁ ୨ କୋଟି ଦାମ୍‌ର ସୁନା ଲୁଟ୍‌ ହୋଇଛି। ବ୍ୟବସାୟୀ ଜଣକ ୨ କିଲୋରୁ ଅଧିକ ସୁନା ଧରି ସିୟାଲଦହରୁ ମଧେପୁରା ନେଇ ଯାଉଥିଲେ। ଏହି ସମୟରେ ଅପରାଧୀ ନବଗଛିଆ ରେଳ ଥାନା ଅଧିନ କାଢାଗୋଲା ଏବଂ ବଖରୀ ଷ୍ଟେସନ ମଧ୍ୟରେ ଚଳନ୍ତା ଟ୍ରେନରୁ ସୁନା ଲୁଟି ନେଇଥିଲେ।

ସୂଚନାଯୋଗ୍ୟ, ବ୍ୟବସାୟୀ ଜଣକ ପରସମଣି ସିୟାଲଦହରୁ ସୁନା କିଣି ହାଟେବାଜାର ଏକ୍ସପ୍ରେସ ଟ୍ରେନ ଯୋଗେ ମଧେପୁରା ଯାଉଥିଲେ। ଏହି ସମୟରେ ଚୋର ତାଙ୍କ ବ୍ୟାଗ୍‌ ଲୁଟି ଗୁଳିଚଳାଇ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣା ରେଳ ପ୍ରଶାସନ ଏବଂ ପୋଲିସ କର୍ମଚାରୀଙ୍କ ପାଇଁ ଏକ ଚ୍ୟାଲେଞ୍ଜ ହୋଇଛି।

ବ୍ୟବସାୟୀ ଜଣକ ଏସି କୋଚରେ ରହିଥିଲେ। ଟ୍ରେନ କାଢାଗୋଲା ଏବଂ ବଖରୀ ଷ୍ଟେସନ ମଧ୍ୟରେ ପହଞ୍ଚିବା ସମୟରେ ଚୋର ଏହି କାମ କରିଥିଲେ। ଅଧାରାସ୍ତାରେ ଚେନ୍‌ ପୁଲିଂ କରି ଟ୍ରେନ ରୋକି ଫାୟାରିଂ କରିଥିଲେ। ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଯାଞ୍ଚ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.