Below header

 ୧୩ ବର୍ଷ ପରେ ହତ୍ୟା ଅଭିଯୁକ୍ତକୁ ଧରିଥିଲେ, କିନ୍ତୁ କୋର୍ଟରେ ଚକମା ଦେଇ ଫେରାର ହୋଇଗଲା

କୋର୍ଟର ସମନ ହେବା ସତ୍ତ୍ବେ ସେ ହାଜ଼ର ହେଉନଥିଲା। ଏଥିପାଇଁ ତା ନାମରେ ଆସିଥିଲା ଆରେଷ୍ଟ ୱାରେଣ୍ଟ।  ଆଜି ତାକୁ ଟାଉନ ଥାନା ପୋଲିସ ସାଲିଆବଗିଚାରୁ ଗିରଫ କରି ଥାନାକୁ ଆଣିଥିଲା।  ଥାନାରୁ କୋର୍ଟକୁ ନିଆଯାଇଥିଲା। 

ସମ୍ବଲପୁର(କେନ୍ୟୁଜ୍): ଦୀର୍ଘ ୧୩ ବର୍ଷ ପରେ ଧରା ପଡିଥିଲା ଜଣେ ହତ୍ୟା ଅଭିଯୁକ୍ତ। ଅଭିଯୁକ୍ତ ଜଣକ ହେଲେ ଗୁଲଗୁଲା ଖାନ। କୋର୍ଟର ସମନ ହେବା ସତ୍ତ୍ବେ ସେ ହାଜ଼ର ହେଉନଥିଲା। ଏଥିପାଇଁ ତା ନାମରେ ଆସିଥିଲା ଆରେଷ୍ଟ ୱାରେଣ୍ଟ।  ଆଜି ତାକୁ ଟାଉନ ଥାନା ପୋଲିସ ସାଲିଆବଗିଚାରୁ ଗିରଫ କରି ଥାନାକୁ ଆଣିଥିଲା।  ଥାନାରୁ କୋର୍ଟକୁ ନିଆଯାଇଥିଲା।  ତେବେ ଢିଲା ସୁରକ୍ଷାର ଫାଇଦା ଉଠାଇ କୋର୍ଟ ପରିସରରୁ ଗୁଲଗୁଲା ଫେରାର ହୋଇ ଯାଇଥିଲା।

ଗତ ୨୦୦୦ ମସିହାରେ ସଲିମ ନାମକ ଜଣେ ଯୁବକଙ୍କୁ ଗୁଲଗୁଲା ଓ ତାର କିଛି ସାଙ୍ଗ ମିଶି ହତ୍ୟା କରିଥିଲେ। ହତ୍ୟା ଅଭିଯୋଗରେ ପୋଲିସ ଗୁଲଗୁଲା ଓ ତାର ସହଯୋଗୀ ମାନଙ୍କୁ ପୂର୍ବରୁ ଗିରଫ ମଧ୍ୟ କରିଥିଲା।  ୨୦୧୦ ମସିହାରେ ଗୁଲଗୁଲା ବେଲ ରେ ଆସିଥିଲା l କୋର୍ଟ ର ହିଅରିଙ୍ଗ ପାଇଁ ସମନ ଗଲେ ମଧ୍ୟ ସେ ହାଜ଼ୀର ହେଉନଥିଲା l ଶେଷରେ ଗୁଲଗୁଲା ନାମରେ ୱାରେଣ୍ଟ ଜାରି ହୋଇଥିଲା l

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.