ବନ୍ୟାରେ ବେହାଲ ହିମାଚଳ ପ୍ରଦେଶ, ଉଦ୍ଧାର ହେଲେଣି ୬୦ ହଜାର ପର୍ଯ୍ୟଟକ, ୧୦ ହଜାର ଫସି ରହିଛନ୍ତି
ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୬୦ ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲାଣି। ଆହୁରି ୧୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି।

ବନ୍ୟାରେ ବେହାଲ ହିମାଚଳ ପ୍ରଦେଶ । ଏଯାଏ ହିମାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳରୁ ୬୦ ହଜାର ପର୍ଯ୍ୟଟକଙ୍କୁ ଉଦ୍ଧାର କରାଗଲାଣି। ଆହୁରି ୧୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ସୂଚନା ଦେଇଛନ୍ତି ହିମାଚଳ ମୁଖ୍ୟମନ୍ତ୍ରୀ ସୁଖଓ୍ଵିନ୍ଦର ସିଂ। ଆଜି ସକାଳ ୯ଟା ସୁଦ୍ଧା ୬୦ ହଜାର ପର୍ଯ୍ୟଟକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ସେ ସୂଚନା ଦେଇଛନ୍ତି।
ଆଉ ପ୍ରାୟ ୧୦ ହଜାର ପର୍ଯ୍ୟଟକ ଫସି ରହିଛନ୍ତି। ସେମାନେ କାସୋଲ ଓ ତୀର୍ଥନ ଭାଲିରେ ଫସି ରହିଛନ୍ତି। ରାସ୍ତା ଧୋଇ ଯାଇଥିବାରୁ ଉଦ୍ଧାର କାର୍ଯ୍ୟ ସହଜ ହେଉ ନାହିଁ। ୧ ହଜାରରୁ ଅଧିକ ରାସ୍ତା ଏବେ ବି ବନ୍ଦ ରହିଛି। ଅନେକ ପର୍ଯ୍ୟଟକଙ୍କୁ ହେଲିକପ୍ଟର ଯୋଗେ ଉଦ୍ଧାର କରାଯାଉଛି। ଭାରତୀୟ ବାୟୁସେନାକୁ ଏଥିପାଇଁ ଧନ୍ୟବାଦ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ।