ରୁଷ ରାଷ୍ଟ୍ରପତିଙ୍କ ଯୁଦ୍ଧ ଜିତିବାର କୌଣସି ସମ୍ଭାବନା ନାହିଁ : ଜୋ ବାଇଡେନ

ୟୁକ୍ରେନ ଯୁଦ୍ଧ ହାରି ସାରିଛନ୍ତି ପୁଟିନ। ରୁଷ ରାଷ୍ଟ୍ରପତି ଯୁଦ୍ଧ ଜିତିବାର କୌଣସି ସମ୍ଭାବନା ନାହିଁ। ନାଟୋର ନୂଆ ସଦସ୍ୟ ଭାବେ ସାମିଲ ହୋଇଥିବା ଫିନ୍‌ଲାଣ୍ଡ ଗସ୍ତ କରି ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ୟୁକ୍ରେନ ଯୁଦ୍ଧ ହାରି ସାରିଛନ୍ତି ପୁଟିନ। ରୁଷ ରାଷ୍ଟ୍ରପତି ଯୁଦ୍ଧ ଜିତିବାର କୌଣସି ସମ୍ଭାବନା ନାହିଁ। ନାଟୋର ନୂଆ ସଦସ୍ୟ ଭାବେ ସାମିଲ ହୋଇଥିବା ଫିନ୍‌ଲାଣ୍ଡ ଗସ୍ତ କରି ଏହା କହିଛନ୍ତି ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ।

ଫିନ୍‌ଲାଣ୍ଡ ରାଷ୍ଟ୍ରପତି ସାଉଲି ନିନିସ୍ତୋଙ୍କ ସହ ମିଳିତ ପ୍ରେସ ବାର୍ତ୍ତା କାଳରେ ସାମ୍ବାଦିକଙ୍କ ପ୍ରଶ୍ନରେ ଏଭଳି ଉତ୍ତର ରଖିଛନ୍ତି ବାଇଡେନ। ୟୁକ୍ରେନ ସହ ଯୁଦ୍ଧ ପରେ ମସ୍କୋରେ ସଂବଳର ଅଭାବ ସହ ଅର୍ଥନୈତିକ ସମସ୍ୟା ଉପୁଜିଛି।

ପୁଟିନ୍‌ଙ୍କର ବହୁ ସମସ୍ୟା ରହିଛି ବୋଲି କହିଛନ୍ତି ବାଇଡେନ। ୟୁକ୍ରେନ ନାଟୋରେ ସାମିଲ ହେବ। ତାପରେ ଆଉ ଯୁଦ୍ଧ କରିବାର କୌଣସି ଆବଶ୍ୟକତା ରହିବ ନାହିଁ ବୋଲି ପୁଟିନ ନିଜେ ସ୍ଥିର କରିବେ ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.