୭୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଜଳୁଛି ଏହି କ୍ୟାଣ୍ଡେଲ, ଜଳିଲେ ବାହାରୁଛି ଅତି ସୁନ୍ଦର ବାସ୍ନା

କଟକ(କେନ୍ୟୁଜ୍): କ୍ୟାଣ୍ଡେଲ ଜଳିଲେ ବାହାରୁଛି ବାସ୍ନା । ୭୦ ଘଣ୍ଟାରୁ ଉର୍ଦ୍ଧ୍ୱ ସମୟ ଧରି ଜଳୁଛି କ୍ୟାଣ୍ଡେଲ । କଟକ ବାଲିଯାତ୍ରାର ଓରମାସ୍‌ ଷ୍ଟଲରେ ଏହିଭଳି ଏକ ନିଆରା କ୍ୟାଣ୍ଡେଲ ବିକ୍ରି ହେଉଛି । ଭଳିକି ଭଳି ଓ ଅତି ସୁନ୍ଦର ଡିଜାଇନର କ୍ୟାଣ୍ଡେଲ । ତାହା ପୁଣି ସୋୟାବିନ୍‌ ବଡିରୁ ତିଆରି ହୋଇଛି । ୫୦ ଟଙ୍କାରୁ ଆରମ୍ଭ ହୋଇ ୪୫୦ ଟଙ୍କା ଯାଏ କ୍ୟାଣ୍ଡେଲର ଦାମ ରହିଛି ।

ଏହି କ୍ୟାଣ୍ଡେଲରେ କୌଣସି ରାସାୟନିକ ଜିନିଷ ବ୍ୟବହାର ହୋଇନାହିଁ । କଟକ ଖପୁରିଆ ଅଞ୍ଚଳର ତନିସା ମଲ୍ଲ ନାମକ ଜଣେ ଯୁବତୀ ଏହି କ୍ୟାଣ୍ଡେଲ ତିଆରି କରି ବିକ୍ରୀ କରୁଛନ୍ତି । ମହମବତୀ ପ୍ୟାକେଟରେ ବହୁ ସଚେତନତାଧର୍ମୀ ପ୍ୟାକେଟ ଲେଖା ରହିଛି । ନିଜ ମା ଓ ଜେଜେମାଙ୍କ ନାଁକୁ ମିଶାଇ ସଂସ୍ଥାର ନାଁ ରଖିଛନ୍ତି ‘ସଚାରୁ’ । ଘର ସଜାଇବାକୁ କ୍ୟାଣ୍ଡେଲ କିଣୁଛନ୍ତି ଲୋକ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.