ମୌସୁମୀ ଆସିବା ପରେ ଏହି ବର୍ଷା ଜୁଲାଇ ମାସର ସର୍ବାଧିକ ବର୍ଷା

କାଲି ଠୁ ବଦଳିବ ପାଗ ,କମିବ ବର୍ଷା ବଢିବ ଗୁଳୁଗୁଳି । ଗଭୀର ଅବପାତ ପ୍ରଭାବରେ ବିଗତ ୨୪ ଘଣ୍ଟାରେ ସାରା ରାଜ୍ୟ ରେ ବିସ୍ତୃତ ବର୍ଷା ଦେଖିବକୁ ମିଳିଛି l

କେନ୍ୟୁଜ(ବ୍ୟୁରୋ): ରାଜ୍ୟରେ ବଡ ବର୍ଷା। ମୌସୁମୀ ଆସିବା ପରେ ଏହି ବର୍ଷା ଜୁଲାଇ ମାସର ସର୍ବାଧିକ ବର୍ଷା । କାଲି ଠୁ ବଦଳିବ ପାଗ ,କମିବ ବର୍ଷା ବଢିବ ଗୁଳୁଗୁଳି । ଗଭୀର ଅବପାତ ପ୍ରଭାବରେ ବିଗତ ୨୪ ଘଣ୍ଟାରେ ସାରା ରାଜ୍ୟ ରେ ବିସ୍ତୃତ ବର୍ଷା ଦେଖିବକୁ ମିଳିଛି l ଆଭ୍ୟନ୍ତରୀଣ ଓଡିଶା ସମେତ ପଶ୍ଚିମଓଡ଼ିଶା ରେ ପ୍ରବଳରୁ ଅତି ପ୍ରବଳ ବର୍ଷା। ରେକର୍ଡ ଭାଙ୍ଗିଛି ବୌଦ୍ଧ ଜିଲ୍ଲା , ରାଜ୍ୟ ରେ ସର୍ବାଧିକ ୩୯୦.୬ ମିଲି ମିଟର ବର୍ଷା ରେକର୍ଡ ହୋଇଥିବା ବେଳେ ସମ୍ବଲପୁରର ଯୁଜୁପଡା ଠାରେ ୩୬୧ ମିଲି ମିଟର ଓ ରାଇରଙ୍ଗପୂର ଠାରେ ୩୪୮ ମିଲି ମିଟର ରେକର୍ଡ କରାଯାଇଛି ।

ଆଜି ସୁନ୍ଦରଗଡ, ଝାରସୁଗୁଡ଼ା, ବରଗଡ଼, ବଲାଙ୍ଗିର , ସୋନପୁର, ସମ୍ବଲପୁର, ଦେଓଗଡ଼, ଅନୁଗୋଳ , କେଉଁଝର, ବୌଦ୍ଧ ଜିଲ୍ଲା କୁ ରେଡ୍ ୱାର୍ନି ଜାରି ହୋଇଥିବା ବେଳେ ୬ ଜିଲ୍ଲା କୁ ୟେଲୋ ୱାର୍ଣୀ ଜାରି ହୋଇଥିଲା। ତେବେ ଗତ କାଲିଠାରୁ କମିବ ବର୍ଷା ର ପ୍ରଭାବ । ସୃଷ୍ଟିହୋଇଥିବା ଲଘୁଚାପ ଆସ୍ତେ ଆସ୍ତେ ଦୁର୍ବଳ ହୋଇ ଶୃଦୂଷ ଲଘୁଚାପ ରେ ପରିଣତ ହେବ ଯାହା ପ୍ରଭାବ ରେ ରାଜ୍ୟ ରୁ କମିବ ବର୍ଷା । ଜୁନ୍ ୧ ରୁ ୨ ଅଗଷ୍ଟ ମଧ୍ୟରେ ସ୍ୱାଭାବିକ 572.6 ମିଲିମିଟର ତୁଳନାରେ 587.7 ମିଲିମିଟର ରେକର୍ଡ କରାଯାଇଛି । ଆସନ୍ତା ୨୪ ଘଣ୍ଟା ପାଇଁ ମତ୍ସ୍ୟଜୀବି ମାନଙ୍କ ପାଇଁ ସମୁଦ୍ର ଭିତର କୁ ପ୍ରବେଶ ବାରଣ ଥିବା ବେଳେ l ତଳିଆ ଅଞ୍ଚଳ ଜଳମଗ୍ନ ଓ ପାହାଡିଆ ଅଞ୍ଚଳ ରେ ଭୁଷ୍କଳନ ହେବାର ସମ୍ଭାବନା ଅଛି ତେଣୁ ଆଗୁଆ ସତର୍କ କରିଚି ପାଣିପାଗ ବିଭାଗ..।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.