Below header

ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକ ଠାରୁ କମ୍‌ ବର୍ଷା

ଭୁବନେଶ୍ବର (କେନ୍ଯୁଜ୍) : ଜୁଲାଇ ଶେଷ ହେବାକୁ ଥିଲେ ମଧ୍ୟ ରାଜ୍ୟରେ ସ୍ୱାଭିବକ ବର୍ଷା ନାହିଁ । ରାଜ୍ୟର ଅଧିକାଂଶ ଜିଲ୍ଲାରେ ସ୍ୱାଭାବିକଠାରୁ କମ୍‌ ବର୍ଷା ହୋଇଛି । ପାଣିପାଗ ବିଭାଗର ତଥ୍ୟ ଅନୁସାରେ ରାଜ୍ୟରେ ୨୬ ପ୍ରତିଶତ କମ୍‌ ବର୍ଷା ହୋଇଛି । ଜୁନ୍‌ ୧ରୁ ଜୁଲାଇ ୧୯ ମଧ୍ୟରେ ୩୦୭.୬ ମିଲିମିଟର ବର୍ଷା ରେକର୍ଡ କରାଯାଇଛି । ଏହି ସମୟରେ ୪୧୬.୭ ମିଲିମିଟର ବର୍ଷା ହେବା କଥା । କମ୍‌ ବର୍ଷା ଯୋଗୁ ଚାଷ କାମ ବାଧାପ୍ରାପ୍ତ ହୋଇଛି । ଏମିତିକି ମରୁଡି ଭଳି ପରିସ୍ଥିତି ଉପୁଜିଲାଣି । ସେହିପରି ଗଜପତି ଜିଲ୍ଲାରେ ମଧ୍ୟ ସ୍ୱାଭାବିକଠାରୁ କମ୍‌ ବର୍ଷା ଯୋଗୁ ଚିନ୍ତାରେ ଚାଷୀ । ଜିଲ୍ଲାରେ ୨୩୬ ମିଲିମିଟର ବର୍ଷା ଆବଶ୍ୟକ ଥିବା ବେଳେ ମାତ୍ର ୧୩୩ ମିଲିମିଟର ବର୍ଷା ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.