କେନିୟାରେ ଚାକିରୀ କରାଇଦେବା କହି ଠକେଇ ଅଭିଯୋଗରେ ଗିରଫ ହେଲେ ତିନି ଅଭିଯୁକ୍ତ

କେନିୟାରେ ଚାକିରୀ ତା ସହିତ ମାସକୁ ମିଳିବ ୫୦ ହଜାର ଟଙ୍କା ଦରମା । ଏଭଳି ଲୋଭନୀୟ ଅଫର ପାଇବା ପରେ କିଏ ବା ହାତଛଡ଼ା କରିବ । କିନ୍ତୁ ଏଭଳି ଲୋଭନୀୟ ଅଫରର ବସବର୍ତ୍ତୀ ହୋଇ ଏବେ ହଜାର ହଜାର ଟଙ୍କା ହରାଇଛନ୍ତି ଯୁବକ ମାନେ । ଗତ ୫ ତାରିଖରେ ଖଲ୍ଲିକୋଟ ଅଞ୍ଚଳର ପ୍ରଭାତ ଦଳାଇ ଚାକିରୀ କରାଇଦେବା ନାମରେ ଠକେଇର ଶୀକାର ହୋଇଥିବା ନେଇ ଗୋଷାଣୀନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ।

କେନିୟାରେ ଚାକିରୀ ତା ସହିତ ମାସକୁ ମିଳିବ ୫୦ ହଜାର ଟଙ୍କା ଦରମା । ଏଭଳି ଲୋଭନୀୟ ଅଫର ପାଇବା ପରେ କିଏ ବା ହାତଛଡ଼ା କରିବ । କିନ୍ତୁ ଏଭଳି ଲୋଭନୀୟ ଅଫରର ବସବର୍ତ୍ତୀ ହୋଇ ଏବେ ହଜାର ହଜାର ଟଙ୍କା ହରାଇଛନ୍ତି ଯୁବକ ମାନେ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ବ୍ରହ୍ମପୁରରୁ । ଗତ ୫ ତାରିଖରେ ଖଲ୍ଲିକୋଟ ଅଞ୍ଚଳର ପ୍ରଭାତ ଦଳାଇ ଚାକିରୀ କରାଇଦେବା ନାମରେ ଠକେଇର ଶୀକାର ହୋଇଥିବା ନେଇ ଗୋଷାଣୀନୂଆଗାଁ ଥାନାରେ ଏକ ଲିଖିତ ଅଭିଯୋଗ ଦେଇଥିଲେ ।

ଗୋଳନ୍ଥରା ଥାନା ଅନ୍ତର୍ଗତ କୁଠାରୀସିଙ୍ଗ୍‌ ଗାଁର ସିଏଚ.ମୋହନ ରେଡ଼ି ଇଷ୍ଟ ଆଫ୍ରିକାର କେନିୟାର ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରାଇବା ସହିତ ସେଠାରେ ମାସିକ ୫୦ ହଜାର ଟଙ୍କା ଦରମା କରାଇଦେବା ନେଇ ଲୋଭନୀୟ ଅଫର ଦେଇଥିଲେ ପ୍ରଭାତଙ୍କୁ । ଆଉ ତାହା ମାତ୍ର ୫୦ ହଜାର ଟଙ୍କାରେ । ଏହି ଲୋଭନୀୟ ଅଫର ସମ୍ପର୍କରେ ପ୍ରଭାତ ନିଜ ସାଙ୍ଗସାଥି ମାନଙ୍କୁ ମଧ୍ୟ ଜଣାଇଥିଲେ । ଯାହାଫଳରେ ପ୍ରଭାତଙ୍କ ସମେତ ମୋଟ ୨୦ ଜଣ ଯୁବକ ଜଣେ ଜଣେ ୪୮ ହଜାର ୫୦୦ ଟଙ୍କା ମୋହନଙ୍କୁ ଦେବା ସହିତ ନିଜର ପାସପୋର୍ଟ ମଧ୍ୟ ପ୍ରଦାନ କରିଥିଲେ ।

୨୦ ଜଣ ଯୁବକ ମୋଟ ୯ ଲକ୍ଷ ୭୦ ହଜାର ଟଙ୍କା ମୋହନଙ୍କୁ ଦେଇଥିଲେ । ୯ ଲକ୍ଷ ମଧ୍ୟରୁ ୮ ଲକ୍ଷ ୨୦ ହଜାର ଟଙ୍କା ଅନଲାଇନ ଓ ୧ ଲକ୍ଷ ୫୦ ହଜାର ଟଙ୍କା ନଗଦ ନେଇଥିଲେ ମୋହନ । ପରବର୍ତ୍ତୀ ସମୟରେ ମୋହନ ଏହି ୨୦ ଜଣ ଯୁବକଙ୍କୁ ନକଲି ଅଫର ଲେଟର ଦେବା ସହ ନିଯୁକ୍ତି ଭିସା ପରିବର୍ତ୍ତେ ପ୍ରଭାତ ଓ ତାଙ୍କ ସାଙ୍ଗମାନଙ୍କୁ ଟୁରିଷ୍ଟ ଭିସା ପ୍ରଦାନ କରିଥିଲେ । ନକଲି ଅଫର ଲେଟର ସହ ଟୁରିଷ୍ଟ ଭିସା ପାଇବା ପରେ ଏନେଇ ମୋହନଙ୍କୁ ପଚାରିବାରୁ ମୋହନ ପ୍ରଭାତଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ କରିଥିଲେ । ଯାହାଫଳରେ ପ୍ରଭାତ ଚାକିରୀ ନାମରେ ଠକେଇ ହୋଇଥିବା ଅଭିଯୋଗ ନେଇ ଗୋଷାଣୀନୂଆଗାଁ ଥାନାରେ ଏନେଇ ଲଖିତ ଅଭିଯୋଗ ଦେଇଥିଲେ ।

ପ୍ରଭାତଙ୍କ ଠାରୁ ଏଭଳି ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିଲା ଗୋଷାଣୀନୂଆଗାଁ ଥାନା ପୋଲିସ । ବିଶାଖାପାଟଣାରେ ମୁଖ୍ୟ ଅଭିଯୁକ୍ତ ସି.ଏଚ.ମୋହନ ରହିଥିବା ଜାଣିବା ପରେ ଏକ ଟିମ ବିଶାଖାପାଟଣାରେ ପହଞ୍ଚିଥିଲା । ବିଶାଖାପାଟଣାରୁ ମୋହନଙ୍କ ସମେତ ତାଙ୍କ ଅନ୍ୟ ଦୁଇ ଜଣ ସହଯୋଗୀ ପି.ସୀମାଞ୍ଚଳମ ଓ ଟି.ଦୀଲେଶ୍ବର ରାଓଙ୍କୁ ଗିରଫ କରିଥିଲା ପୋଲିସ । ତିନି ଅଭିଯୁକ୍ତଙ୍କ ଠାରୁ ୯୨ଟି ପାସପୋର୍ଟ ସହ ୨୦ଟି ଟୁରିଷ୍ଟ ଭିସା ଜବତ କରାଯାଇଛି । ଆଜି ତିନି ଅଭିଯୁକ୍ତଙ୍କୁ ଏବେ କୋର୍ଟ ଚାଲାଣ କରିଛି ପୋଲିସ ।

୨୦ ଯୁବକଙ୍କୁ ଟୁରିଷ୍ଟ ଭିସା ଦେଇଥିବା ସହ ୯ ଲକ୍ଷ ୭୦ ହଜାର ଟଙ୍କା ଠକେଇ କରିଥିବା ବେଳେ ବଳକା ୭୨ ଯୁବକଙ୍କୁ ଟୁରିଷ୍ଟ ଭିସା ଓ ତାଙ୍କ ଠାରୁ ଟଙ୍କା ନେବା ପୂର୍ବରୁ ଅଭିଯୋଗ ହେବା ପରେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଯେହେତୁ ଠକାମୀର ଶୀକାର ହୋଇଥିବା ଯୁବକ ମାନେ ପୂର୍ବରୁ ବାହାର ଦେଶକୁ ଯାଇ କାମ କରି ଆସିଥିଲେ । ତେଣୁ ପୁଣି ବାହାର ଦେଶକୁ ଯାଇ ଭଲ ଦରମା ପାଇବା ଆଶାରେ ଏଭଳି ଠକାମୀର ଶୀକାର ହୋଇଛନ୍ତି । ତେବେ ଏହି ରାକେଟରେ ରହିଥିବା ୩ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟ କେହି ଏହି ରାକେଟ ପଛରେ ରହିଛି କି ନାହିଁ ସେ ନେଇ ତଦନ୍ତ ଜାରୀ ରହିଥିବା ସୂଚନା ଦେଇଛନ୍ତି ବ୍ରହ୍ମପୁର ଏସପି । ଜବତ ହୋଇଥିବା ପାସପୋର୍ଟ ଗୁଡ଼ିକୁ ଉପଯୁକ୍ତ ଯୁବକଙ୍କୁ ହସ୍ତାନ୍ତର କରିଛି ଗୋଷାଣୀନୂଆଗାଁ ଥାନା ପୋଲିସ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.