ମହିଳାଙ୍କ ଉପରେ ଖରାପ ନଜର ରଖୁଥିବାରୁ ବୃଦ୍ଧଙ୍କୁ ଜୀବନରୁ ମାରିଥିଲେ, ୨ ଅଭିଯୁକ୍ତ କୋର୍ଟ ଚାଲାଣ

କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମର ଧର୍ମାନନ୍ଦ ଦେହୁରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀଙ୍କ ପ୍ରେସମିଟ ।

କାମାକ୍ଷାନଗର(କେନ୍ୟୁଜ୍‌): କଙ୍କଡାହାଡ଼ ଥାନା ମରୁଆବିଲି ପଞ୍ଚାୟତ କଣ୍ଡାର ଗ୍ରାମର ଧର୍ମାନନ୍ଦ ଦେହୁରୀଙ୍କୁ ଟାଙ୍ଗିଆରେ ହାଣି ହତ୍ୟା ଘଟଣାରେ କାମାକ୍ଷାନଗର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀଙ୍କ ପ୍ରେସମିଟ । ମୁଖ୍ୟ ଅଭିଯୁକ୍ତଙ୍କ ସହ ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି । ପୋଲିସ ସୂଚନା ଅନୁଯାୟୀ, ଗତ ୧୬ତାରିଖ ଦିନ ଧର୍ମାନନ୍ଦ ଘରୁ ଆସିଥିବା ବେଳେ ଆଉ ଘରକୁ ଫେରି ନଥିଲେ । ବିଳମ୍ବିତ ରାତିଯାଏ ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ କୈାଣସି ସନ୍ଧାନ ପାଇନଥିଲେ ।

ତେବେ ୧୭ତାରିଖ ସକାଳୁ ତାଙ୍କ ଘରଠୁ କିଛି ଦୂରରେ ମୃତଦେହ ପଡିଥିବାର ଦେଖିବାକୁ ମିଳିଥିଲା । ବିଳମ୍ବିତ ରାତିରେ ଏକ ଧାରୁଆ ଅସ୍ତ୍ରରେ କିଏ ହାଣି ହତ୍ୟା କରାଯାଇଥିବା  ନେଇ ପୋଲିସ କହିଥିଲା । ପରେ ତଦନ୍ତ  ଅଭିଯୁକ୍ତ ଶ୍ରୀଧର ଦେହୁରୀ ବୃଦ୍ଧଙ୍କୁ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରିଥିବା କଥା ମାନିଥିଲା । ଯାହାଫଳରେ ଗତ ରବିବାରଠାରୁ ତାକୁ ଅଟକ ରଖିଥିଲା ପୋଲିସ୍।

କାମାକ୍ଷାନଗର ଥାନାର ଏସଡିପିଓ ପ୍ରଭାତ କୁମାର ତ୍ରିପାଠୀ ସୂଚନା ଦେଇଛନ୍ତି ଯେ ଧର୍ମାନନ୍ଦ ଦେହୁରୀ ମହିଳାଙ୍କୁ ଅଶାଳୀନ ବ୍ୟବହାର ଦେଖାଇବାରୁ ରାଗରେ ଶ୍ରୀଧର ଦେହୁରୀ ଏକ ଟାଙ୍ଗିଆରେ ହାଣି ମାରିଥିଲା । ଏହାପରେ ଶ୍ରୀଧର ନିଜ ବଡ଼ ଭାଇ ଲଷ୍ମୀଧର ଦେହୁରୀ ସହିତ ଘର ଠାରୁ ୧୦୦ ମିଟର ଦୂର ଜଙ୍ଗଲ ଭିତରରେ ଧର୍ମାନନ୍ଦକୁ  ପକାଇ ଦେଇଥିଲେ । ଗତକାଲି ଉଭୟ ଶ୍ରୀଧର ଓ ଲଷ୍ମୀଧରକୁ କୋର୍ଟ ଚାଲାଣ କରାଯାଇଛି। ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.