ଲଦାଖର କାରଗିଲ୍‌ ଜେଲରେ ଭୂକମ୍ପ, ତୀବ୍ରତା ୫.୨

ଲଦାଖର କାରଗିଲ ଜେଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି ।

କେନ୍ଦ୍ର ଶାସିତ ପ୍ରଦେଶ ଲଦାଖର କାରଗିଲ ଜେଲରେ ଭୂମିକମ୍ପ ଝଟକା ଅନୁଭୂତ ହୋଇଛି । ଭୂମିକମ୍ପର ତୀବ୍ରତା ୫.୨ ବୋଲି ଜଣାପଡିଛି । ରାଷ୍ଟ୍ରୀୟ ଭୂମିକମ୍ପ ବିଜ୍ଞାନ କେନ୍ଦ୍ର ଅନୁଯାୟୀ, ରିକ୍ଟର ସ୍କେଲରେ ଭୂମିକମ୍ପ ତୀବ୍ରତା ୫.୨ ମାପ କରାଯାଇଛି । ଭୂକମ୍ପ ରାତି ୯.୨୧ ମିନିଟରେ ଆସିଥିଲା । ଭୂମିକମ୍ପର କେନ୍ଦ୍ର କାରଗିଲ ଠାରୁ ୧୪୮ କିମି ଉତ୍ତର-ପଶ୍ଚିମ ଆଡକୁ ଥିଲା । ଭୂମିକମ୍ପର ଗଭୀରତା ଭୂପୃଷ୍ଠ ଠାରୁ ୧୦ କିମି ରହିଥିଲା ।

ଖବର ମୁତାବକ, ପୋଲିସ କୌଣସି କ୍ଷୟକ୍ଷତି ହେବାର ସୂଚନା ଦେଇନାହାନ୍ତି । ଲଦାଖରେ ରବିବାର ରାତିରୁ ମଧ୍ୟବର୍ତ୍ତୀ ତୁଷାରପାତ ହୋଇଛି । ଶ୍ରୀନଗରରେ ମଧ୍ୟ ଏହି ଭୂମିକମ୍ପ ଝଟକା ଅନୁଭୂତ ହୋଇଛି ।

ସୂଚନାଯୋଗ୍ୟ, ଶୁକ୍ରବାର ଦିନ ମଧ୍ୟ ଜାମ୍ମୁ କାଶ୍ମୀରର କିଛି ଅଞ୍ଚଳରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏଠାରେ ୩,୯ ତୀବ୍ରତାର ଭୂମିକମ୍ପ ଆସିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.