ଏଥର ବାହୁଡାର ଦୁଇ ଦିନ ପରେ ମହାପ୍ରଭୁଙ୍କ ସୁନାବେଶ, ଚଳିତ ବର୍ଷ ୪ ଦିନ ପଡ଼ିବ ପଞ୍ଚକ

ଚଳିତବର୍ଷ ବାହୁଡା଼ ଯାତ୍ରାର ଦୁଇ ଦିନ ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଅର୍ଥାତ୍ ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ପରଦିନ ଠାକୁର ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ନାହିଁ । ବାହୁଡା଼ ଯାତ୍ରାର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୧୭ ତାରିଖରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ପୁରୀ(କେନ୍ୟୁଜ୍‌) : ଆସନ୍ତା ଜୁନ ୨୨ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ୱରରେ ପଡ଼ିବେ। ଏହି ଦିନଠାରୁ ଅନବସର ଘରେ ରହିବେ ଚତୁର୍ଦ୍ଧାବିଗ୍ରହ । ମହାପ୍ରଭୁ ସୁସ୍ଥ ହେବା ପରେ ଜୁଲାଇ ୭ରେ ଅନୁଷ୍ଠିତ ହେବ ଶ୍ରୀଗୁଣ୍ଡିଚା ଯାତ୍ରା । ଚଳିତ ବର୍ଷ ରଥଯାତ୍ରା ଦିନ ପଡୁଛି ନେତ୍ରୋତ୍ସବ ଓ ଉଭାଯାତ୍ରା । ଜୁଲାଇ ୧୫ରେ ହେବ ବାହୁଡ଼ା ଯାତ୍ରା । ପ୍ରାୟ ପ୍ରତିବର୍ଷ ବାହୁଡ଼ା ରଥ ଉପରେ ସୁନାବେଶ ହୋଇଥାଏ ।

ହେଲେ ଚଳିତବର୍ଷ ବାହୁଡା଼ ଯାତ୍ରାର ଦୁଇ ଦିନ ପରେ ମହାପ୍ରଭୁଙ୍କ ସୁନାବେଶ ଅନୁଷ୍ଠିତ ହେବ । ଅର୍ଥାତ୍ ସିଂହଦ୍ୱାର ସମ୍ମୁଖରେ ବାହୁଡ଼ା ପରଦିନ ଠାକୁର ମାନଙ୍କର ସୁନାବେଶ ଅନୁଷ୍ଠିତ ହେବ ନାହିଁ । ବାହୁଡା଼ ଯାତ୍ରାର ଦୁଇ ଦିନ ପରେ ଅର୍ଥାତ ଜୁଲାଇ ୧୭ ତାରିଖରେ ରଥ ଉପରେ ଭକ୍ତଙ୍କୁ ସୁନାବେଶରେ ଦର୍ଶନ ଦେବେ ମହାପ୍ରଭୁ ।

ସେହିପରି ନଭେମ୍ବର ୧୨ରୁ ଆରମ୍ଭ ହେବ ପଞ୍ଚୁକ । ଏଥର ୪ ଦିନ ପଡ଼ୁଛି ପଞ୍ଚକ । ଶ୍ରୀମନ୍ଦିରର ପର୍ବପର୍ବାଣି ଓ ଯାନିଯାତ୍ରାକୁ ସର୍ବଜନୀନ କରିବା ଲାଗି ଶ୍ରୀମନ୍ଦିର ପ୍ରଶାସନ ୱେବ୍ ସାଇଟରେ ଅପଲୋଡ଼ କରାଯାଇଛି । ପଞ୍ଜିକାର ଓ ବରିଷ୍ଠ ପଣ୍ଡିତ ସେବାୟତ ଙ୍କ ଉପସ୍ଥିତି ରେ ଶ୍ରୀ ମନ୍ଦିର ବିଭିନ୍ନ ପର୍ବପର୍ବାଣି ଓ ନୀତିକାନ୍ତି ଲାଗି ଚୂଡାନ୍ତ ତାଲିକା ପ୍ରକାଶ ପାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.