ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା

ବାଇକରେ ଆସିଲେ, ଝାମ୍ପିନେଲେ । ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା । ଆଜି ସକାଳେ ୨ଜଣ ଯୁବତୀ ଚାଲି ଚାଲି ଯାଉଥିବାବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଯୁବତୀଙ୍କ ହାତରୁ ମୋବାଇଲ ଛଡ଼ାଇ ଫେରାର ହୋଇଯାଇଥିଲେ ।

ଭୁବନେଶ୍ୱର (କେନ୍ୟୁଜ୍‌) : ବାଇକରେ ଆସିଲେ, ଝାମ୍ପିନେଲେ । ଭୁବନେଶ୍ୱର ଇସ୍କନ ମନ୍ଦିର ସାମ୍ନାରୁ ଯୁବତୀଙ୍କ ହାତରୁ ମୋବାଇଲ ଝାମ୍ପିନେଲେ ଲୁଟେରା । ଆଜି ସକାଳେ ୨ଜଣ ଯୁବତୀ ଚାଲି ଚାଲି ଯାଉଥିବାବେଳେ ଦୁଇ ଜଣ ଲୁଟେରା ବାଇକରେ ଆସି ଯୁବତୀଙ୍କ ହାତରୁ ମୋବାଇଲ ଛଡ଼ାଇ ଫେରାର ହୋଇଯାଇଥିଲେ । ସିସିଟିଭିରେ କଏଦ ହୋଇଛି  ଲୁଟ୍ ସମୟର ଦୃଶ୍ୟ ।

ଏନେଇ ନୟାପଲ୍ଲୀ ଥାନାରେ ଅଭିଯୋଗ ପରେ ପୋଲିସ ଘଟମାର ତଦନ୍ତ କରୁଛି ଲୁଟେରା । ଦୁଇ ଜଣ ଲୁଟ୍ ପରେ ଜୟଦେବ ବିହାର ଆଡ଼କୁ ପଳାଇ ଯାଇଥିଲେ । ଯାହା ସିସିଟିଭି ଫୁଟେଜରୁ ସ୍ପଷ୍ଟ ଭାବେ ଜଣାପଡ଼ିଛି । ସିସିଟିଭି ଫୁଟେଜକୁ ଆଧାର କରି ଲୁଟେରାଙ୍କୁ ଖୋଜୁଛି ପୋଲିସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.