Below header

ଏକ୍ସପାରୀ ମେଡିସିନ୍‌ ଖାଇ ୩ ଶିଶୁ ଗୁରୁତର

ମହାକାଳପଡ଼ା(କେନ୍ୟୁଜ୍) : ଏକ୍ସପାରୀ ମେଡିସିନ୍‌ ଖାଇ ୩ ଶିଶୁ ଗୁରୁତର। ଅସୁସ୍ଥଙ୍କ ମଧ୍ୟରେ ଦୁଇ ଜଣ ବାଳିକା ଓ ଜଣେ ବାଳକ ଅଛନ୍ତି। ସମସ୍ତଙ୍କ ବୟସ ୪ରୁ ୬ ବର୍ଷ ମଧ୍ୟରେ ହେବ। କେନ୍ଦ୍ରାପଡ଼ା ମହାକାଳପଡ଼ା ବ୍ଲକ ଖରିନାସି ଗାଁରେ ଘଟିଛି ଏହି ଅଘଟଣ। ଗତକାଲି ୩ଜଣ ଶିଶୁ ଖେଳୁଥିବାବେଳେ ଘର ପାକରେ ପଡିଥିବା କିଛି ମେଡିସିନ୍‌ ଖାଇଦେଇଥିଲେ। ପରେ ସମସ୍ତଙ୍କ ମୁଣ୍ଡ ବୁଲାଇବା ସହ ବାନ୍ତି ହୋଇଥିଲା।

med1ଗୁରୁତର ଅବସ୍ଥାରେ ସମସ୍ତଙ୍କୁ ପ୍ରଥମେ ଖରିନାସି ଓ ପରେ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ଅବସ୍ଥା ଗୁରୁତର ହେବାରୁ ସମସ୍ତଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ତେବେ ଜନବସତି ନିକଟରେ ଏତେ ପରିମାଣର ଏକ୍ସପାରୀ ମେ଼ଡିସିନ୍‌ କିପରି ଆସିଲା ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.