କରୋନା ମୁକାବିଲା ପାଇଁ କଟକରେ ହେବ ୩ଟି କୋଭିଡ୍‌ କେୟାର ସେଣ୍ଟର

କେନ୍ୟୁଜ (ବ୍ୟୁରୋ): କରୋନା ମୁକାବିଲା ପାଇଁ କଟକରେ ହେବ ୩ଟି କୋଭିଡ୍‌ କେୟାର ସେଣ୍ଟର। ଲକ୍ଷଣ ନଥିବା ଓ ସାମାନ୍ୟ ଲକ୍ଷଣ ଥିବା ଆକ୍ରାନ୍ତଙ୍କ ପାଇଁ ଗୋପାଳପୁର, ବିଦ୍ୟାଧରପୁର ଏବଂ ଓଏଟିଠାରେ ଏହି କୋଭିଡ୍‌ କେୟାର ସେଣ୍ଟର ଖୋଲାଯିବ। ଗୋପାଳପୁରରେ ୧୦୭ ବେଡ୍‌, ବିଦ୍ୟାଧରପୁରରେ ୯୮ ଏବଂ ଓଟିଏ ପରିସରରେ ରହିବ ୨୨୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ସେଣ୍ଟର।

ଏହି ସୂଚନା ଦେଇଛନ୍ତି କଟକ ସିଏମସି ଅନନ୍ୟା ଦାସ । ସେହିପରି କଟକ ମହାନଗର ନିଗମ ଓ ଗ୍ରାମାଞ୍ଚଳରେ ଡୋର ଟୁ ଡୋର ସର୍ଭେ କରାଯାଉଛି। ଲକ୍‌ଡାଉନ ସମୟରେ ଜ୍ୱର-କାଶ କିମ୍ବା କାହାର SARI ଏବଂ ILI ଲକ୍ଷଣ ରହିଛି ସେମାନଙ୍କୁ କୋଭିଡ୍‌ କେୟାର ସେଣ୍ଟରରେ ଭର୍ତ୍ତି କରାଯିବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.