ଚୀନ୍‌କୁ ଭାରତ ଠାରୁ ବି ବଡ଼ ଝଟକା ଦେବ ଜାପାନ୍‌, ସବୁ କମ୍ପାନୀକୁ ଚୀନ୍‌ରୁ ଫେରାଇ ଆଣିବାକୁ ଘୋଷଣା କଲା ଜାପାନ

ଟୋକିଓ : ଜାପାନ ସରକାର ଚୀନ୍‌ରୁ ତା’ର ସମସ୍ତ କମ୍ପାନୀକୁ ନିଜ ଦେଶକୁ ଫେରି ଆସିବାକୁ କହିଛି । ଚୀନ୍‌ରୁ ନିଜର ଫାକ୍ଟ୍ରିଗୁଡ଼ିକୁ ସ୍ତାନାନ୍ତର କରି ନିଜ ଦେଶ କିମ୍ବା ଦକ୍ଷିଣ ଏସୀୟ ଦେଶଗୁଡ଼ିକରେ ସ୍ଥାପନ କରିବାକୁ ଜାପାନ୍‌ ସରକାର କହିଛି ।

ବ୍ଲୁମ୍‌ବର୍ଗ ର ଏକ ରିପୋର୍ଟ ଅନୁଯାୟୀ ଫେସ୍‌ ମାକ୍ସ ତିଆରି କରୁଥିବା କମ୍ପାନୀ ଆଇରିସ୍‌ ଓହ୍ୟାମା ଇଙ୍କ୍‌ ଏବଂ ସାର୍ପ କର୍ପ ସମେତ ୫୭ ଘରୋଇ କମ୍ପାନୀଙ୍କୁ ସରକାରଙ୍କ ମିନିଷ୍ଟ୍ରି ଅଫ୍‌ ଇକୋନୋମୀ ୫୭.୪ ବିଲିୟନ୍‌ ୟନ୍‌ ବା ୪୦୦୨ କୋଟି ଟଙ୍କା ଦେବାକୁ ଘୋଷଣା କରିଛନ୍ତି । ଏହି ସବୁ କମ୍ପାନୀ ଭିଏତନାମ୍‌, ମ୍ୟାମାଁର,ଥାଇଲାଣ୍ଡ ଓ ଅନ୍ୟ ଦକ୍ଷିଣ ପୂର୍ବ ଏସିଆ ଦେଶରେ ନିଜର କମ୍ପାନୀ ପ୍ରତିଷ୍ଠା କରିବାକୁ ଜାପାନ କହିଛି ।

ପରବର୍ତ୍ତୀ ପର୍ଯ୍ୟାୟରେ ଆଉ ୩୦ କମ୍ପାନୀକୁ ମଧ୍ୟ ଆଣିବା ପାଇଁ ସରକାର ଆର୍ଥିକ ସହାୟତା ଦେବାକୁ ଘୋଷଣା କରିଛନ୍ତି । ନିକ୍କେଇ ସମାଚାରପତ୍ର ଅନୁସାରେ ଜାପାନ୍‌ ଚୀନ୍‌ରୁ ନିଜର କାରବାର ଫେରାଇ ଆଣିବା ପାଇଁ ଏହି ପଦକ୍ଷେପ ନେବାକୁ ଯାଉଛି ବୋଲି ପ୍ରକାଶ କରିଛି । ଚୀନ୍‌ର ସବୁଠୁ ବଡ଼ ବ୍ୟବସାୟୀ ଭାଗିଦାର ହେଉଛି ଜାପାନ୍‌ ।

ଜାପାନ୍‌ ତା’ର କମ୍ପାନୀ ଫେରାଇ ଆଣିଲେ ଏହା ଚୀନ୍‌ର ବ୍ୟବସାୟ ସହ ତାର ପ୍ରତିଷ୍ଠାକୁ ମଧ୍ୟ ହାନୀ ପହଞ୍ଚାଇବ । କରୋନା ଭାଇରସ୍‌ ପରେ ଚୀନ୍‌ର ଭୁମିକା ନେଇ ଅଧିକାଂଶ ଦେଶ ଚୀନ୍‌ ଉପରେ ଖୁସି ନାହାଁନ୍ତି । ତେଣୁ ଧିରେ ଧିରେ ଚୀନ୍‌ ପ୍ରତି ଅନ୍ୟ ଦେଶଗୁଡ଼ିକର ମଧ୍ୟ ଆଭିମୁଖ୍ୟ ପରିବର୍ତ୍ତନ ହେବାରେ ଲାଗିଛି । ଯାହାକି ଚୀନ୍‌ ପାଇଁ ଏକ ବଡ଼ ଝଟ୍‌କା ହେବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.