ଯୋଗାସନରେ ତୃତୀୟ ଥର ବିଶ୍ୱ ରେକର୍ଡ଼ କଲେ୧୧ ବର୍ଷୀୟା ଭାରତୀୟ ବାଳିକା

ନୂଆଦିଲ୍ଲୀ, ଜଣେ ଭାରତୀୟ ବାଳିକା ଯୋଗାସନରେ ବିଶ୍ୱରେକର୍ଡ଼ କରିଛନ୍ତି । ଦୁବାଇରେ ରହୁଥିବା ଏହି ଝିଅଟି ଖୁବ୍ କମ୍ ଜାଗା ଭିତରେ ୧୦୦ ପ୍ରକାର ଯୋଗାସନ କରି ସମସ୍ତଙ୍କୁ ଚମତ୍କତ କରିବା ସହିତ ରେକର୍ଡ଼ ସୃଷ୍ଟି କରିଛନ୍ତି । ସେ ହେଉଛନ୍ତି ସମୃଦ୍ଧି କାଲିଆ । ତାଙ୍କ ବୟସ ମାତ୍ର ୧୧ ବର୍ଷ । ଏହାକୁ ମିଶାଇ ସମୃଦ୍ଧି ତୃତୀୟଥର ଓ ଗୋଟିଏ ମାସ ଭିତରେ ଦୁଇଥର ବିଶ୍ୱ ରେକର୍ଡ଼ କରିଛନ୍ତି ।

SAMRIDHI-2SAMRIDHI-3

ଖୁବ୍ କମ୍ ଜାଗା ଓ କମ୍ ସମୟ ଭିତରେ କେତେ ଅଧିକ ଥର ତୁମେ ଯୋଗାସନ କରି ପାରିବ ଏଭଳି ଏକ ପ୍ରତିଯୋଗିତାମୂଳକ କାର‌୍ୟ୍ୟରେ ସମୃଦ୍ଧି ବଡ଼ ସଫଳତା ପାଇଛନ୍ତି । ତାଙ୍କୁ ଗୋଲଡେନ୍ ବୁକ୍ ଓ୍ଵାର୍ଲଡ ରେକର୍ଡ଼ରେ ସ୍ଥାନ ମିଳିଛି । ଗତ ଗୁରୁବାର ଦିନ ସେ ଦୁବାଇର ପ୍ରସିଦ୍ଧ ସୌଧ ବୁର୍ଜ ଖଲିଫା ଠାରେ ଶହେ ପ୍ରକାର ଯୋଗାସନ କରିଥିଲେ ।
ପୂର୍ବରୁ ଜୁନ୍ ୨୧ ତାରିଖ ବିଶ୍ୱ ଯୋଗ ଦିବସ ଦିନ ୧ ମିନିଟ୍ ଭିତରେ ୨୦ଟି ଯୋଗାସନ କରି ପୂର୍ବ ବିଶ୍ୱ ରେକର୍ଡ଼ ସୃଷ୍ଟି କରିଥିଲେ । ଯାହାକୁ ସେ ଗୁରୁବାର ଦିନ ଭାଙ୍ଗିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.