Below header

ଆଜି କୋର ଏରିଆ ଗସ୍ତ କରିବ ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍, ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥିତି କରୁଛନ୍ତି ଅନୁଧ୍ୟାନ ‌

ଭୁବନେଶ୍ୱର: ଶିମିଳିପାଳ ସମେତ ରାଜ୍ୟର ବିଭିନ୍ନ ଜଙ୍ଗଲରେ ଲାଗିଥିବା ନିଆଁ ସ୍ଥିତି ଅନୁଧ୍ୟାନ କରୁଛନ୍ତି ୩ ଜଣିଆ କେନ୍ଦ୍ରୀୟ ଏକ୍ସପର୍ଟ ଟିମ୍‌ । ଆଜି କୋର ଏରିଆ ଗସ୍ତ କରିବ କେନ୍ଦ୍ରୀୟ ଟିମ୍‌ । ଗତକାଲି କରଞ୍ଜିଆ, ଠାକୁରମୁଣ୍ଡା, ଅପର ବାର୍‌ହାକାମୁଡା ବନାଞ୍ଚଳ ଗସ୍ତ କରିଥିଲେ । ଟିମ୍‌ରେ ଅଛନ୍ତି ପରିବେଶ ଓ ଜଙ୍ଗଲ ବିଭାଗର ଭୁବନେଶ୍ୱର ସ୍ଥିତ ଆଞ୍ଚଳିକ ଅଫିସର ଡିଡିଜି ସୁବ୍ରତ ମହାପାତ୍ର, NTCA ନୂଆଦିଲ୍ଲୀର ଆଇଜିଏଫ ଅମିତ ମଲ୍ଲିକ ଓ ଡେରାଡୁନ ସ୍ଥିତ FRIର ସିଲ୍‌ଭିକଲଚର ବିଭାଗ ମୁଖ୍ୟ ଆରତି ଚୌଧୁରୀ ।

ରାଜ୍ୟ ବନ ବିଭାଗ ସହ ସମନ୍ଵୟ ରକ୍ଷା କରି ଜଙ୍ଗଲ ନିଆଁକୁ ରୋକିବାକୁ ପଦକ୍ଷେପ ନିଆଯିବ । ଏହି ଟିିମ୍‌ ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ସମେତ ରାଜ୍ୟରେ ବିଭିନ୍ନ ଜଙ୍ଗଲ ଅଗ୍ନିକାଣ୍ଡ ଓ ବନାଗ୍ନି ଲିଭାଇବା ପାଇଁ କି କି ପଦକ୍ଷେପ ନିଆ ଯାଉଛି ତାର ଦୈନନ୍ଦିନ ଭିତ୍ତିରେ ସ୍ଥିତି ଆକଳନ କରିବେ । ଜଙ୍ଗଲ ନିଆଁ ନିୟନ୍ତ୍ରଣ ପାଇଁ ରାଜ୍ୟ ବନ ବିଭାଗକୁ ପରାମର୍ଶ ଦେବେ । କେନ୍ଦ୍ରୀୟ ଟିମ୍‌ ପ୍ରତିଦିନ ରିପୋର୍ଟ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟକୁ ପଠାଇବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.