Below header

ଆଜି କ୍ୱାଡ୍‌ର ପ୍ରଥମ ଶିଖର ସମ୍ମିଳନୀ: ପ୍ରଥମ ଥର ପାଇଁ ଭର୍ଚୁଆଲ ମୋଡ୍‌ରେ ମୋଦି ଓ ବାଇଡେନ୍‌ କରିବେ ଆଲୋଚନା

କେନ୍ଯୁଜ୍: ଆଜି କ୍ୱାଡ୍‌ର ପ୍ରଥମ ଶିଖର ସମ୍ମିଳନୀ । ଭର୍ଚୁଆଲ ମୋଡ୍‌ରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌, ଜାପାନ ପ୍ରଧାନମନ୍ତ୍ରୀ ୟୋସିହିଦେ ସୁଗା ଏବଂ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ ସ୍କଟ୍‌ ମରିସନ ଭାଗନେବେ। କୋଭିଡ୍‌ରୁ ଆରମ୍ଭ କରି କ୍ଲାଇମେଟ୍‌ ଚେଞ୍ଜ ଉପରେ କରିବେ ଆଲୋଚନା। ପ୍ରଥମ ଥର ପାଇଁ ମୋଦି-ବାଇଡେନ୍‌ ଭର୍ଚୁଆଲ ମୋଡ୍‌ରେ ପରସ୍ପର ସହ କଥା ହେବେ।

ଇଣ୍ଡୋ-ପାସିଫିକ୍‌ ଅଂଚଳରେ ମୁକ୍ତ ଓ ଅବାଧ ବାଣିଜ୍ୟ ନେଇ ବାଟ ଖୋଜିବେ । ସମ୍ମିଳନୀରେ ଚୀନକୁ ନେଇ ୪ ଦେଶର ରଣନୀତି ଉପରେ ସମସ୍ତଙ୍କ ନଜର ରହିଛି । ମୋରିସନ୍‌ କ୍ୱାଡ୍‌ ସମିଟ୍‌ ପାଇଁ ପ୍ରାୟସ ଆରମ୍ଭ କରିଥିଲେ, ଆଗ୍ରହ ଦେଖାଇଥିଲେ ବାଇଡେନ୍‌। ଜାପାନ ପ୍ରଧାନମନ୍ତ୍ରୀଙ୍କ ସହ ଜାନୁଆରୀ ୨୭, ମୋରିସନଙ୍କ ସହ ଫେବ୍ରୁଆରୀ ୩ ଓ ମୋଦିଙ୍କ ସହ ଫେବ୍ରୁଆରୀ ୮ ତାରିଖରେ କଥା ହୋଇଥିଲେ ଜୋ ବାଇଡେନ୍‌ । ଫେବ୍ରୁଆରୀ ୧୮ ତାରିଖରେ କ୍ୱାଡ୍‌ର ବୈଦେଶିକ ସଚିବଙ୍କ ଏକ ଭର୍ଚୁଆଲ ମିଟ୍‌ ହୋଇଥିଲା। ଏବେ ଶୀର୍ଷ ନେତୃତ୍ୱ ସ୍ତରୀୟ ଆଲୋଚନା ହେବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.