କାମରେ ଆସୁଥିବା ସବୁ କାମ ହେବ ସହଜ, ଆଜି କରନ୍ତୁ ଏହି ଉପାୟ

ଶୁକ୍ରବାର ଦିନ ଦେବୀ ଲକ୍ଷ୍ମୀଙ୍କୁ ଆରାଧନା କରାଯାଏ। ଏହି ଦିନ ମାତା ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଅନେକ ଉପାୟ କରାଯାଇଥାଏ।
ଏହାଛଡା ଏହି ଦିନ ଯେଉଁ ବ୍ୟକ୍ତି ଶ୍ରଦ୍ଧା ଭାବରେ ମାତା ଲକ୍ଷ୍ମୀଙ୍କୁ ପୂଜା କରିଥାନ୍ତି, ମାତା ଲକ୍ଷ୍ମୀ ସେହି ବ୍ୟକ୍ତିଙ୍କ ଉପରେ ଅପାର କୃପା ବର୍ଷାଇଥାନ୍ତି। ତାହେଲେ ଆସନ୍ତୁ ଜାଣିବା ଶୁକ୍ରବାର ଦିନ କରାଯାଉଥିବା ଉପାୟ ବିଷୟରେ।

ଶୁକ୍ରବାର ଦିନ ମାତା ଲକ୍ଷ୍ମୀ ନାରାୟଣ ପାଠ କରନ୍ତୁ ଏବଂ ଭଗବାନଙ୍କୁ କ୍ଷୀର ଭୋଗ ଲଗାନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ପ୍ରସନ୍ନ ହୋଇଥାନ୍ତି।

ଶୁକ୍ରବାର ଦିନ ମାତା ଲକ୍ଷ୍ମୀଙ୍କ ମନ୍ଦିର ଯାଇ ଲାଲ ବସ୍ତ୍ର ଅର୍ପଣ କରନ୍ତୁ। ଏହାଦ୍ୱାରା ମାତା ଲକ୍ଷ୍ମୀ ନିଜ କୃପା ଭକ୍ତଙ୍କ ଉପରେ ରହିଥାଏ।

ଶୁକ୍ରବାର ଦିନ କଳା ପିମ୍ପୁଡିକୁ ଚିନି ଦିଅନ୍ତୁ। ଏପରି କରିବା ଦ୍ୱାରା ଆପଣଙ୍କ କାମରେ ଆସୁଥିବା ବାଧା ଦୂର ହୋଇଥାଏ।

ଶୁକ୍ରବାର ଦିନ ଗଜଲକ୍ଷ୍ମୀ ମାଙ୍କ ଉପାସନା କରନ୍ତୁ। ଏହାଦ୍ୱାରା ସମ୍ପତ୍ତି ଏବଂ ସନ୍ତାନ ପ୍ରାପ୍ତି ହୋଇଥାଏ।