Below header

ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତାରେ ଭାଗ ନେବେ ୩ ଓଡ଼ିଆ

ଭୁବନେଶ୍ବର(କେନ୍ୟୁଜ୍) : ଅନ୍ତର୍ଜାତୀୟ ମଡେଲ ପ୍ରତିଯୋଗିତାରେ ଭାଗ ନେବେ ୩ ଓଡ଼ିଆ । ଶ୍ରୀବାଲି ଦାସ, ଲାବନ୍ୟା ଦାସ, କେ. ଆର. ସନ୍ତୋଷିନୀ ବିଦେଶ ଯାତ୍ରା କରିବେ । ଆସନ୍ତା ଅକ୍ଟୋବର ୧୪ରୁ ୧୯ ତାରିଖ ପର୍ଯ୍ୟନ୍ତ ଦୁବାଇରେ ଅନୁଷ୍ଠିତ ହେବ ପ୍ରତିଯୋଗିତା । ଶ୍ରୀବାଲି ଦାସ ଜୁନିଅର ମଡେଲ ଇଣ୍ଟରନ୍ୟାସନାଲ ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । କେରଳରେ ଅନୁଷ୍ଠିତ ମିସ୍ ପ୍ରିନ୍‌ସେନ୍ ବିଭାଗରେ ପ୍ରଥମ ହୋଇଥିଲେ । ସେହିପରି ଲାବନ୍ୟା ଥାଇଲାଣ୍ଡରେ ଅନୁଷ୍ଠିତ ପ୍ରିନ୍‌ସେସ୍ ଓ ପ୍ରିନ୍‌ସେସ୍‌ରେ ଭାଗ ନେଇ ବେଷ୍ଟ ଟ୍ୟାଲେଣ୍ଟ ଓ ବେଷ୍ଟ ନ୍ୟାସନାଲ କଷ୍ଟ୍ୟୁମ୍ ବିଜେତା ହୋଇଥିଲେ । ସନ୍ତୋଷିନୀ, ଓଡ଼ିଶା ଫେସନ୍ ଭିଲ୍ଲା ତରଫରୁ ଜୁନିଅର ମଡେଲ ଇଣ୍ଟରନ୍ୟାସନାଲର ଜାତୀୟ ପ୍ରତିଯୋଗିତାରେ ବାଳିକା ଟିନ୍ କ୍ୟାଟାଗୋରୀରେ ବିଜେତା ହୋଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.