ଦ୍ୱିତୀୟ ଟେଷ୍ଟ : ଫଲୋଅନ୍‌ ପରେ ପୁଣି ଦକ୍ଷିଣ ଆଫ୍ରିକାର ସ୍ଥିତି ବିଗିଡ଼ିଲା, ୭୪/୪

ପୁନେ : ଦ୍ୱିତୀୟ କ୍ରିକେଟ୍‌ ଟେଷ୍ଟରେ ଏକ ବୃହତ ବିଜୟର ନିକଟବର୍ତ୍ତୀ ହୋଇଛି ବିରାଟ କୋହଲିଙ୍କ ଭାରତୀୟ କ୍ରିକେଟ୍‌ ଦଳ । ଆଜି ଚତୁର୍ଥ ଦିବସ ଲଞ୍ଚ ସୁଦ୍ଧା ଦକ୍ଷିଣ ଆଫ୍ରିକା ଦଳ ତାର ଦ୍ୱିତୀୟ ଇନିଂସ୍‌ର ୪ଟି ଓ୍ଵିକେଟ୍‌ ହରାଇ ୭୪ ରନ୍‌ କରିଛି । ବର୍ତ୍ତମାନ ଏହି ଦଳ ଭାରତର ପ୍ରଥମ ଇନିଂସ୍‌ ସ୍କୋର ଠାରୁ ୨୫୨ ରନ୍‌ ପଛରେ ଅଛି । ଦକ୍ଷିଣ ଆଫ୍ରିକା ୨୫୩ ରନ୍‌ କଲେ ଯାଇ ଇନିଂସ୍‌ ପରାଜୟରୁ ବର୍ତ୍ତି ପାରିବ । ତେବେ ଭାରତୀୟ ବୋଲର୍‌ ଯେଭଳି ଭାବେ ବୋଲିଂ କରୁଛନ୍ତି ସେଥିରୁ ଏହା ଆଦୌ ସମ୍ଭବ ଜଣାପଡୁ ନାହିଁ ।
ଗତକାଲି ତୃତୀୟ ଦିବସରେ ଦକ୍ଷିଣ ଆଫ୍ରିକା ଦଳ ପ୍ରଥମ ଇନିଂସ୍‌ରେ ମାତ୍ର ୨୭୫ ରନ୍‌ କରି ଅଲ୍‌ଆଉଟ୍‌ ହୋଇଯାଇଥିଲା । ପୂର୍ବରୁ ଭାରତ ଅଧିନାୟକ ବିରାଟ କୋହଲିଙ୍କ ଦ୍ୱିଶତକ ସହାୟତାରେ ୫ ଓ୍ଵିକେଟ୍‌ରେ ୬୦୧ ରନ୍‌ କରି ପ୍ରଥମ ପାଳି ସମାନ୍ତି ଘୋଷଣା କରିଥିଲା ।
ପ୍ରଥମ ଟେଷ୍ଟ ଜିତି ସାରିଥିବା ଭାରତୀୟ ଦଳ ଏଠାରେ ଏକ ବଡ଼ ବିଜୟ ହାସଲ କରି ସିରିଜ୍‌ କବଜା କରିବା ଲକ୍ଷ୍ୟରେ ରହିଛି । ଆଜି ଭୋଜନ ବିରତି ସୁଦ୍ଧା ପତନ ଘଟିଥିବା ଦକ୍ଷିଣ ଆଫ୍ରିକାର ପ୍ରମୁଖ ୪ଟି ଓ୍ଵିକେଟ୍‌ ଭିତରେ କେବଳ ଏଲଗାର ୪୮ ରନ୍‌ କରିବାକୁ ସକ୍ଷମ ହୋଇଛନ୍ତି । ଭାରତ ପକ୍ଷରୁ ସ୍ପିନର ଅଶ୍ୱିନ୍‌ ୨ଟି ଏବଂ ଇଶାନ୍ତ ଶର୍ମା ଓ ଉମେଶ ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ଦଖଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.