Below header

ନୂଆପଡ଼ା ଘାଟିପଡ଼ା ସଂରକ୍ଷିତ ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ: ଆକ୍ରମଣରେ ୩ମୃତ, ୨ଗୁରୁତର

ନୂଆପଡ଼ା(କେନ୍ୟୁଜ୍): ନୂଆପଡ଼ା ବନବିଭାଗ ରେଞ୍ଜ ଅନ୍ତର୍ଗତ ଘାଟିପଡ଼ା ସଂରକ୍ଷିତ ଜଙ୍ଗଲରେ ଭାଲୁ ଓ ମଣିଷ ମୁହାଁମୁହିଁ । ଭାଲୁ ଆକ୍ରମଣରେ ସମରଶିଙ୍ଗ ଗାଁର ୩ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ୨ ଜଣ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଦୁଇ ଆହତଙ୍କୁ ଚିକିତ୍ସା ପାଇଁ ନୂଆପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।

ନୂଆପଡା ବନବିଭାଗ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ମୃତ ତିନିଜଣଙ୍କ ମୃତ ଦେହକୁ ଉଦ୍ଧାର କରିବାସହ ମୃତ ଭାଲୁର ଶବକୁ ମଧ୍ୟ ଉଦ୍ଧାର କରାଯାଇଛି । ମୃତକ ହେଲେ ଲଖନା ଥାନା ଅନ୍ତର୍ଗତ ସମର ଶିଙ୍ଗ ଗାଁର ରତନ ମାଝୀ, ନକୁଲ ମାଝୀ ଓ ରବି ରଣା । ସେହିଭଳି ପରମେଶ୍ଵର ମାଝି ଓ କୁନା ମାଝି ୨ଙ୍କୁ ଗୁରୁତର ଆହତ ଅବସ୍ଥାରେ ନୂଆପଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.