ଜଳେଶ୍ୱର ଥାନାରୁ ବ୍ରାଉନସୁଗର ବେପାରୀ ଫେରାର ଘଟଣା: କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ନିଲମ୍ବିତ

ଜଳେଶ୍ୱର(କେନ୍ୟୁଜ): କାର୍ଯ୍ୟରେ ଅବହେଳା ପାଇଁ ୩ ପୋଲିସ କର୍ମଚାରୀ ନିଲମ୍ବିତ। ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଥାନାରୁ ବ୍ରାଉନସୁଗର ବେପାରୀ ଫେରାର ଘଟଣାରେ ୩ ଜଣ ପୋଲିସ କର୍ମଚାରୀ ନିଲମ୍ବିତ । ଏସଆଇ ପ୍ରିୟଦର୍ଶନୀ ଖଟୁଆ, କନେଷ୍ଟବଳ ସେକ୍‌ ମୈରୁଦ୍ଧିନ ଓ ରବୀନ୍ଦ୍ର କୁମାର ହାଂସଦାଙ୍କୁ ନିଲମ୍ବିତ କରାଯାଇଛି ।

ବ୍ରାଉନସୁଗାର ବେପାରୀ ଫେରାର ଘଟଣାରେ ବାଲେଶ୍ୱର ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ତଦନ୍ତ ପରେ ନିଲମ୍ବିତ କରାଯାଇଥିବା ସୂଚନା । ଗତ ୧୮ ତାରିଖରେ ବ୍ରାଉନସୁଗର ବେପାରୀ ମୁକ୍ତାରକୁ ଜଳେଶ୍ୱର ବଜାର ନିକଟସ୍ଥ ଚୈତନ ସାହୁ ଗଳିରୁ ଗିରଫ କରିଥିଲା ଜଳେଶ୍ୱର ପୋଲିସ । ୧୯ ତାରିଖ ରାତିରେ ପୋଲିସ ଆଖିରେ ଧୂଳି ଦେଇ ଚମ୍ପଟ ମାରିଥିଲା ମୁକ୍ତାର । ଡ୍ୟୁଟିରେ ଥିବା ୩ ଜଣ ପୋଲିସ କର୍ମଚାରୀଙ୍କ ଅବହେଳା ଯୋଗୁଁ ଅପରାଧି ଫେରାର ହୋଇଥିବାରୁ ସେମାନଙ୍କୁ ନିଲମ୍ବନ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.