୧୯ ହଜାରରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜବତ ମାମଲା: ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ବର(କେନ୍ୟୁଜ୍): ୧୯ ହଜାରରୁ ଊର୍ଦ୍ଧ୍ୱ ପ୍ରି-ଆକ୍ଟିଭେଟେଡ୍‌ ସିମ୍‌ ଜବତ ମାମଲାରେ ୩ ଅଭିଯୁକ୍ତଙ୍କୁ ୫ ଦିନିଆ ରିମାଣ୍ଡରେ ଆଣିଲା କ୍ରାଇମବ୍ରାଞ୍ଚ । ଦୁଷ୍ମନ୍ତ,ସାଇପ୍ରକାଶ ଓ ଅବିନାଶକୁ ଅଧିକ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ । ସାଇପ୍ରକାଶ bsnl ଡିଲର, ଅବିନାଶ ଏମ୍ପ୍ଲୟୀ ଥିଲା । ଦୁଷ୍ମନ୍ତ ମାଷ୍ଟରମାଇଣ୍ଡ,ବାୟର ସେଲର ଗ୍ରୁପର ମୁଖ୍ୟ ଥିଲା। ସବୁ ଜିଲ୍ଲା ଏସ୍‌ପିଙ୍କୁ ସମସ୍ତ ଡିଲର ପଏଣ୍ଟ ,ସିମ୍‌ ବିକ୍ରେତାଙ୍କ ଉପରେ ଚଢ଼ାଉ କରିବାକୁ ନିର୍ଦ୍ଦେଶ ଦେଇଛି କ୍ରାଇମବ୍ରାଞ୍ଚ । ଭୋଡାଫୋନ୍‌ର ଭୁବନେଶ୍ୱର ସ୍ଥିତ ମୁଖ୍ୟ କମର୍ସିସିଆଲ ମ୍ୟାନେଜର,ବିଏସ୍‌ଏନ୍‌ଏଲ୍‌ର ଢେଙ୍କାନାଳ ଜେନେରାଲ ମ୍ୟାନେଜର ଓ ଜିଓର ଢେଙ୍କାନାଳ ଏରିଆ ମ୍ୟାନେଜରଙ୍କୁ ଖୁବ ଶୀଘ୍ର କରାଯିବ ଜେରା। ଏମାନଙ୍କୁ ନୋଟିସ ଜାରି କଲା କ୍ରାଇମବ୍ରାଞ୍ଚ। ଫେକ୍‌ ପ୍ରି ଆକ୍ଟିଭେଟ୍‌ ସିମ୍‌ ବିକ୍ରି ରୋକିବା ପାଇଁ ଯେଉଁ SOP ଅଛି ତାକୁ କଡାକଡି ପାଳନ ହେଉଛି କି ନାହିଁ,ତାକୁ ରୋକିବା ପାଇଁ କଣ ପଦକ୍ଷେପ ନିଆଯାଉଛି। ଏସବୁ ସମ୍ବନ୍ଧରେ ପଚରାଉଚରା କରିବ କ୍ରାଇମବ୍ରାଞ୍ଚ ।

fake sim 2

ଲୋକସଭା ସ୍ପିକର ଓମ୍‌ ବିର୍ଲାଙ୍କ ନାଁରେ ଫେକ୍‌ ସିମ୍‌ ବାହାର କରି ଲୋକସଭା ସାଂସଦମାନଙ୍କୁ ଟଙ୍କା ମାଗୁଥିଲେ। ତଦନ୍ତ ବେଳେ ଜଣାପଡିଛି ଯେ ସେହି ସିମ୍‌ ଢେଙ୍କାନାଳରୁ କିଣା ହୋଇ ଆକ୍ଟିଭେଟ ହୋଇଥିଲା । ମାମଲାର ତଦନ୍ତ କରି ଏହି ଫେକ ସିମ୍‌ ରାକେଟ ବିଷୟରେ ତଥ୍ୟ ପାଇଲା କ୍ରାଇମବ୍ରାଞ୍ଚ । ଦୁଷ୍ମନ୍ତ ଓ ତାଙ୍କ ପରିବାର ଲୋକଙ୍କ ମୋଟ ୭ଟି ବ୍ୟାଙ୍କ ଆକାଉଣ୍ଟ, ୩ଟି ପେଟିଏମ୍‌ ଆକାଉଣ୍ଟ ଠାବ ହୋଇଛି । ସେଥିମଧ୍ୟରୁ ଦୁଇଟି ପେଟିଏମର ତଥ୍ୟ ପାଇଛି କ୍ରାଇମବ୍ରାଞ୍ଚ । ୧୮ ଏପ୍ରିଲ ୨୦୨୦ରୁ ହୋଇଛି ଏହି ଜାଲିଆତି । ଦୁଇଟି ପେଟିଏମ ଆକାଉଣ୍ଟରେ ୩୦ଲକ୍ଷ ଟଙ୍କାର ଟ୍ରାଞ୍ଜାକସନ୍‌ର ତଥ୍ୟ ମିଳିଛି । ଅନ୍ୟ ଆକାଉଣ୍ଟ ଗୁଡିକର ତଦନ୍ତ ଜାରି ରହିଛି । କ୍ରାଇମବ୍ରାଞ୍ଚ ଏଡିଜି ସଂଜୀବ ପଣ୍ଡା ଏହି ସୂଚନା ଦେଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.