ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ୨୦୨୨: ଆଜି କମିସନଙ୍କ ହସ୍ତଗତ ହେବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରକାଶ ପାଇଛି ଚୂଡ଼ାନ୍ତ ସଂଶୋଧିତ ଭୋଟର ତାଲିକା। ନିର୍ବାଚନ ପରିଚାଳନା ନେଇ ମାନୁଆଲ୍ ଏବଂ ଆବଶ୍ୟକ ସାମଗ୍ରୀ ମଧ୍ୟ ଜିଲ୍ଲାଗୁଡ଼ିକୁ ପଠାଯାଇଛି। ଆଜି କମିସନଙ୍କ ହସ୍ତଗତ ହେବ ଚୂଡ଼ାନ୍ତ ସଂରକ୍ଷଣ ତାଲିକା। ଜିଲ୍ଲାପାଳମାନେ ନିଜ ନିଜ ଜିଲ୍ଲାର ସଂରକ୍ଷଣ ତାଲିକା ସିଧାସଳଖ ମୁଖ୍ୟ ନିର୍ବାଚନ କମିସନରଙ୍କୁ ପଠାଇବେ। ତେଣୁ ଆଜି ସରକାରୀ ଭାବେ ସମସ୍ତ ପ୍ରାକ୍ ନିର୍ବାଚନୀ ପ୍ରକ୍ରିୟା ସରିବାକୁ ଯାଉଛି।
ଏହା ପରେ ନିର୍ବାଚନ କେବେ ହେବ ଓ କିଭଳି ଢଙ୍ଗରେ ନିର୍ବାଚନ ପରିଚାଳନା କରାଯିବ ସେ ନିଷ୍ପତ୍ତି କେବଳ ରାଜ୍ୟ ମୁଖ୍ୟ ନିର୍ବାଚନ କମିସନର ହିଁ ନେବେ। ଚୂଡ଼ାନ୍ତ ସଂରକ୍ଷଣ ତାଲିକା ପ୍ରକାଶ ପାଇବା ପରେ ଆସନ୍ତା ୧୦ ତାରିଖରେ ସର୍ବଦଳୀୟ ବୈଠକ ବସିବ। ବୈଠକରେ ନିର୍ବାଚନ ପରିଚାଳନା ନେଇ ସମସ୍ତ ପ୍ରମୁଖ ରାଜନୈତିକ ଦଳ ଗୁଡିକ ସହ କମିସନ ଆଲୋଚନା କରିବେ। ସବୁ ପକ୍ଷ ସହ ଆଲୋଚନା ପରେ ନିର୍ବାଚନ ତାରିଖ ଘୋଷଣା ହେବ।