ଗାଁ ଗାଁରେ ପହଞ୍ଚିବ ସ୍ୱାସ୍ଥ୍ୟସେବା ରଥ, ମୋବାଇଲ ହସ୍ପିଟାଲ ରଥର ଲୋକାର୍ପଣ କଲେ କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ

ଆଠଗଡ଼ ଉପଖଣ୍ଡରେ ଗାଁ ଗାଁ ରେ ପହଞ୍ଚିବ ସ୍ୱାସ୍ଥ୍ୟସେବା ରଥ। ଆଜି ଆଠଗଡ଼ ମାଧପୁର ଠାରେ ଥିବା ଗୋପବନ୍ଧୁ ଆୟୁର୍ବିଜ୍ଞାନ ଓ ଗବେଷଣା କେନ୍ଦ୍ର ପରିସରରେ ଅତ୍ୟାଧୁନିକ ମୋବାଇଲ ହସ୍ପିଟାଲ ରଥର ଲୋକାର୍ପଣ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଅଶ୍ଵିନୀ ବୈଷ୍ଣବ। ଏହି ମୋବାଇଲ ୟୁନିଟରେ ଡାକ୍ତର, ନର୍ସଙ୍କ ଠାରୁ ଆରମ୍ଭ କରି ସମସ୍ତ ସେବା ଉପଲବ୍ଧ ହେବ ବୋଲି ମନ୍ତ୍ରୀ କହିଛନ୍ତି।
Warm reception by karyakartas @BJP4Odisha in Cuttack. pic.twitter.com/IPGt2HA1Ym
— Ashwini Vaishnaw (@AshwiniVaishnaw) January 7, 2022
ଏହା ସହ ଆଠଗଡ଼ରୁ କଟକ ବଡ଼ ଡାକ୍ତରଖାନା ଯାଉଥିବା ରାସ୍ତାରେ ଘଣ୍ଟିଖାଲ ରେଲେଓ୍ଵ କ୍ରସିଂରେ ଭୂତଳ ବ୍ରିଜ୍ କରିବା ପାଇଁ ମଧ୍ୟ ଏ ଅବସରରେ କେନ୍ଦ୍ର ମନ୍ତ୍ରୀ ପ୍ରତିଶ୍ରୁତି ଦେଇଛନ୍ତି।