ରାଜ୍ୟରେ ଗତ ୨୪ ଘଣ୍ଟାରେ ୨୭୦୩ ଆକ୍ରାନ୍ତ ଚିହ୍ନଟ, ଖୋର୍ଦ୍ଧାରୁ ସର୍ବାଧିକ ୯୨୬

ରାଜ୍ୟରେ ହୁ ହୁ ହୋଇ ବଢ଼ୁଛି କରୋନା। ଗତ ୨୪ ଘଣ୍ଟା ମଧ୍ୟରେ ଆଉ ନୂଆ ୨୭୦୩ ପଜିଟିଭ୍‌ ଚିହ୍ନଟ ହୋଇଥିବା ବେଳେ ଖୋର୍ଦ୍ଧାରୁ ସର୍ବାଧିକ ୯୨୬ ଜଣ ନୂଆ ପଜିଟିଭ୍‌ ବାହାରିଛନ୍ତି। କ୍ୱାରେଣ୍ଟାଇନରୁ ୧୫୭୯ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କଣ୍ଟାକ୍ଟ କେସ୍‌ ରହିଛି ୧୧୨୪ । ଆଜି ସୁନ୍ଦରଗଡ଼ରୁ ୪୫୪, କଟକରୁ ୧୯୧ ଓ ସମ୍ବଲପୁରରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି। ଏଣୁ ଆଗକୁ ସାଂଘାତିକ ପରିସ୍ଥିତି ଉପୁଜିବା ନେଇ ସ୍ପଷ୍ଟ ହୋଇଛି।

ସଂକ୍ରମଣ ହାର ବଢ଼ୁଥିବାରୁ ଆଜିଠୁ ରାଜ୍ୟରେ ରତି ୯ଟାରୁ ସକାଳ ୫ଟା ଯାଏଁ ନାଇଟ୍‌ କର୍ଫ୍ୟୁ ଜାରି କରାଯାଇଛି। ଯଦି ଲୋକେ ଏହି ନିୟମ ମାନିବେ ତେବେ ସଂକ୍ରମଣ ହ୍ରାସ ପାଇବା ସମ୍ଭାବନା ରହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.