ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା, ୩୦ରୁ୪୦ କିମି ବେଗରେ ବହିବ ପବନ
ଗଂଜାମ ଜିଲ୍ଲାରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ ହୋଇଛି। କାଳ ବୈଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା,ବିଜୁଲି ଘଡଘଡି ସହିତ ୩୦ ରୁ ୪୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ପବନର ବୋହିବାର ସମ୍ଭାବନା ରହିଛି। ଗଂଜାମ, ଗଜପତି, କେଉଁଝର, ମୟୁରଭଂଜ,ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନାଗିରି ଜିଲ୍ଲା ଗୁଡିକରେ ପ୍ରଭାବ ଦେଖିବାକୁ ମିଳିବ।
କେନ୍ୟୁଜ୍(ବ୍ୟୁରୋ):ଆଞ୍ଚଳିକ ପାଣିପାଗ କେନ୍ଦ୍ର ଜାରି କଲା ଅରେଞ୍ଜ ୱାର୍ଣ୍ଣିଙ୍ଗ। ଆସନ୍ତା ୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଜାରି ରହିବ କାଳବୈଶାଖୀ ବର୍ଷା। ଗତ ୨୪ ଘଣ୍ଟାରେ ପୁରୀରେ କୁଆପଥର ବର୍ଷା ରେକର୍ଡ ହୋଇଛି। ଗଂଜାମ ଜିଲ୍ଲାରେ ସର୍ବାଧିକ ୮୪ ମିମି ବର୍ଷା ରେକର୍ଡ ହୋଇଛି। କାଳ ବୈଶାଖୀ ପ୍ରଭାବରେ ଆସନ୍ତା ୨୪ ଘଣ୍ଟାରେ କୁଆପଥର ବର୍ଷା,ବିଜୁଲି ଘଡଘଡି ସହିତ ୩୦ ରୁ ୪୦ କିଲୋମିଟର ଘଣ୍ଟା ପ୍ରତି ବେଗରେ ପବନର ବୋହିବାର ସମ୍ଭାବନା ରହିଛି। ଗଂଜାମ, ଗଜପତି, କେଉଁଝର, ମୟୁରଭଂଜ,ରାୟଗଡ଼ା, କଳାହାଣ୍ଡି, କନ୍ଧମାଳ, କୋରାପୁଟ, ମାଲକାନାଗିରି ଜିଲ୍ଲା ଗୁଡିକରେ ପ୍ରଭାବ ଦେଖିବାକୁ ମିଳିବ।
ଏସବୁ ଜିଲ୍ଲାରେ ଘଡ଼ଘଡ଼ି ବିଜୁଳି ବର୍ଷା ସହ ଘଣ୍ଟା ପ୍ରତି ୩୦ ରୁ ୪୦ କିମି ବେଗରେ ପବନ ବହିବାର ସମ୍ଭାବନା ରହିଛି। ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ଅଧିକ ହେବା ସମ୍ଭାବନା ରହିଛି। କିଛି କିଛି ସ୍ଥାନରେ ପ୍ରବଳ ବର୍ଷା ସମ୍ଭାବନା ସହ କୁଆପଥର ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତା କାଲି କାଳବୈଶାଖୀ ପ୍ରଭାବ ସାମାନ୍ୟ କମିବା ପରେ ୩୦ରୁ ପୁଣି ପ୍ରଭାବ ବଢ଼ିବା ନେଇ ପାଣିପାଗ ବିଭାଗ ପୂର୍ବାନୁମାନ କରିଛି। ବର୍ତ୍ତମାନ ଦିନ ତାପମାତ୍ରା ସ୍ଵାଭାବିକ ଠାରୁ ୨ ଡିଗ୍ରୀ କମ୍ ରହିଛି। ଆଜି ଭୁବନେଶ୍ଵରରେ ତାପମାତ୍ରା ୩୮ ରୁ ୩୯ ଡିଗ୍ରୀ ପାଖାପାଖି ରହିବାର ସମ୍ଭାବନା ରହିଛି। ଆସନ୍ତା ୫ ରୁ ୧୧ ମେ ମଧ୍ୟରେ ଦକ୍ଷିଣ ବଙ୍ଗୋପସାଗର ଓ ତାର ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି।