ଭୁବନେଶ୍ବର: ଝାରପଡ଼ା ଜେଲରେ ବିବନକୁ ଚିହ୍ନଟ କଲେ ଅଞ୍ଜନା, କହିଲେ ମୁଁ ସିୟୋର ନୁହେଁ ସେ ବିବନ କି ନୁହେଁ

କେନ୍ୟୁଜ୍(ବ୍ୟୁରୋ):  ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲାରେ ମୁଖ୍ୟ ଅଭିଯୁକ୍ତ ବିବନ ବିଶ୍ୱାଳର ସରିଲା ଟିଆଇ ପରେଡ। ଭୁବନେଶ୍ୱର ଝାରପଡ଼ା ଜେଲ ପରିସରରେ ଅଞ୍ଚନା ମିଶ୍ର ଟିଆଇ ପରେଡରେ ବିବନକୁ ଚିହ୍ନଟ ପାଇଁ ଉପସ୍ଥିତ ଥିଲେ। ଅଞ୍ଜନା ମିଶ୍ର କହିଛନ୍ତି  TI ପରେଡ୍‌ରେ ୧୦ ଜଣ ଠିଆ ହୋଇଥିଲେ। ମୁଁ ସିୟୋର ନୁହେଁ, ଯାହାକୁ ଚିହ୍ନିଲି ସେ ବିବନ କି ନୁହେଁ। TI ପରେଡ୍‌ରେ କ’ଣ ହୋଇଛି କୋର୍ଟରେ ଜଣାପଡିବ ବୋଲି , TI ପରେଡ୍ ପରେ ଅଞ୍ଜନା ମିଶ୍ର ପ୍ରତିକ୍ରିୟା ରଖିଛନ୍ତି।

୨୨ ବର୍ଷ ପରେ ବିବନକୁ ଚିହ୍ନଟ ପାଇଁ ଜେଲ ପରିସରରେ ପହଞ୍ଚିଥିଲେ ଅଞ୍ଜନା ମିଶ୍ର। ଗଣଦୁଷ୍କର୍ମର ମାଷ୍ଟରମାଇଣ୍ଡକୁ ଚିହ୍ନଟ ବେଳେ ଜଣେ ମାଜିଷ୍ଟ୍ରେଟ ଓ ଜେଲ ବିଭାଗର ଜଣେ ଅଧିକାରୀ ଉପସ୍ଥିତ ଥିଲେ । ସୂଚନା ଅନୁସାରେ ବିବନ ସହ ଅନ୍ୟ ୧୦ ଜଣ କଏଦୀଙ୍କୁ ଏକାଠି ଗୋଟିଏ ଧାଡିରେ ଛିଡ଼ା କରାଯାଇଥିଲା। ଏମାନଙ୍କର ଉଚ୍ଚତା ଓ ଶରୀରର ଗଠନ ପାଖାପାଖି ବିବନ ଭଳି ରହିଥିଲା । ଟିଆଇ ପରେଡ ପାଇଁ ଅନ୍ୟ କାହାରିକୁ ଜଲେ ପରିସର ଭିତରକୁ ଛଡ଼ାଯାଇ ନଥିଲା । ଜେଲ ପରିସରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ରହିଥିଲା।