ଗଜପତି: ମହେନ୍ଦ୍ରଗିରିରେ ତିବ୍ବତୀୟ ଶରଣାର୍ଥୀଙ୍କ ଆମିଷ ଭୋଜନ ଘଟଣା, ଲୋକଙ୍କ ମନରେ କୁହୁଳୁଛି ଅସନ୍ତୋଷର ନିଆଁ

ଗଜପତି(କେନ୍ୟୁଜ୍):  ପୁରାଣ ପ୍ରଶିଦ୍ଧ ମହେନ୍ଦ୍ରଗିରିରେ ଶରଣାର୍ଥିଙ୍କ ଆମିଷ ଭୋଜନ ନେଇ ଜନ ଅସନ୍ତୋଷ।  ଆଜି ସଂନ୍ଧ୍ୟାରେ ଗଜପତି ଜିଲ୍ଲା ପାରଳା ଯୁବକ ସଂଘ ପକ୍ଷରୁ ଏକ ସ୍ମାରକ ପତ୍ର ଗଜପତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଉକ୍ତ ସ୍ମାରକ ପତ୍ରରେ ମହେନ୍ଦ୍ରଗିରିର ସୁରକ୍ଷା ଓ ତିବ୍ବତୀୟ ଶରଣାର୍ଥିଙ୍କ ଦ୍ୱାରା ହୋଇଥିବା ଆପତିଜନକ କାର୍ଯ୍ୟକଳାପର ତଦନ୍ତ ଓ ଦଣ୍ଡବିଧାନ ପାଇଁ ଦାବୀ ହୋଇଛି ।

tibatian

 

ଘଟଣାରୁ ପ୍ରକାଶ ଯେ ତିବ୍ବତୀୟ କିଛି ଯୁବକଯୁବତୀ ମହେନ୍ଦ୍ରଗିରି ଭ୍ରମଣ କରିବାକୁ ଯାଇ ଆମିଷ ଭୋଜନ କରିବା ସହ ବିଭିନ୍ନ ବଲିଉଡ, ଓଲିଉଡ ଭାଷାର ଗୀତରେ ଝୁମିଥିବା ସହ ନାଚ କରିଥିଲେ । ଏପରିକି ଭୀମ ମନ୍ଦିର ଉପରେ ନିଜ ତିବ୍ବତୀୟ ଧର୍ମର ପତକା ଉଡାଇ ସେହି ପତକା ଗୁଡିକରେ ମନ୍ଦିରକୁ ସଜ୍ଜାଇ ଜୋତା ପିନ୍ଧି ମନ୍ଦିରରେ ପ୍ରବେଶ କରିଥିଲେ ।

tibbatian1

ଏହି  ଘଟଣା ସବୁକୁ  ଭିଡିଓ କରି ୟୁଟୁବରେ ଅପଲୋଡ  କରି ଦେଇଛନ୍ତି ତିବ୍ବତୀୟ ଶରଣାର୍ଥୀ । ୨୭.୧୨.୨୦୨୦ ତାରିଖରେ ଅପଲୋଡ ହୋଇଥିବା ଏହି ଭିଡିଓ ଧିରେ ଧିରେ ଗଜପତି ଜିଲ୍ଲାର ଗାଁ ଗାରେ ଭାଇରଲ ହେବାରେ ଲାଗିଛି। ଯାହାକୁ  ନେଇ ଜନସାଧାରଣଙ୍କ ମନରେ ଅସନ୍ତୋଷ ବଢିବାରେ ଲାଗିଛି।  ପ୍ରଥମ କରି ଆଜି ପାରଳା ଯୁବକ ସଂଘ  ଏହାର ପ୍ରତିବାଦ କରିଥିବା ଦେଖିବାକୁ ମିଳିଛି।  ଜନସାଧାରଣଙ୍କ ଭିତରେ ଉତ୍ତେଜନା ବଢିବା  ପୂର୍ବରୁ ପ୍ରଶାସନ ଦୃଷ୍ଟି ଦେବାକୁ ଦାବି କରିଛି ସଂଘ ।

ମହେନ୍ଦ୍ରଗିରିରେ ଆମିଷ ଖାଇବା କି ରାନ୍ଦିବା ଉପରେ କଟକଣା ଅଛି। ଜୋତା ପିନ୍ଧି ମନ୍ଦିର ପ୍ରବେଶ କରିବା ନିଜ ଧର୍ମର ପତକା ଉତ୍ତୋଳନ କରିବା ସିନେମା ଗୀତରେ ନୃତ୍ୟ କରିବା ଉପରେ ମଧ୍ୟ କଟକଣା ଅଛି । ତେବେ ଏଭଳି ଭୂଲ କରିଥିବା  ଏହି ଯୁବ ଶରଣାର୍ଥୀ ମାନଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଟାନ ପାଇଁ ସଂଘ ଦାବୀ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.