ପୁରୀ ଶ୍ରୀମନ୍ଦିର ପାଇଁ ନୂଆ ଯୋଜନା , ଲାଗୁ ହେବ ଟିକେଟ ଦର୍ଶନ ବ୍ୟବସ୍ଥା

ପୁରୀ : ଶ୍ରୀମନ୍ଦିର ପାଇଁ ନୂଆ ଯୋଜନା । ଲାଗୁ ହେବ ଟିକେଟ ଦର୍ଶନ ବ୍ୟବସ୍ଥା । ୬୦% ଟିକେଟ ଅନ୍‌ଲାଇନ ବୁକିଂ ମାଧ୍ୟମରେ ଉପଲବ୍ଧ ହେବ । ସେହିପରି ଦାନ ସ୍ୱର୍ଣ୍ଣଅଳଙ୍କାରକୁ ଗୋଲ୍ଡ ମନିଟାଇଜେସନ ସ୍କିମରେ ରଖାଯିବ । ଏ ବାବଦରେ ଶ୍ରୀମନ୍ଦିର ବାର୍ଷିକ ୨.୫% ସୁଧ ପାଇବ । ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ନିଷ୍ପତ୍ତି ହୋଇଛି। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା । ଏହି ବୈଠକରେ ୮ଟି ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଛି। ସେହିପରି ବ୍ରହ୍ମ ବିଭ୍ରାଟ ଘଟଣାରେ ହେବ କାର‌୍ୟ୍ୟାନୁଷ୍ଠାନ । ଏହି ଘଟଣାରେ ଗଣମାଧ୍ୟମକୁ ଆସିଥିବା ସେବାୟତଙ୍କ ବିରୋଧରେ ହେବ ଆଇନଗତ କାର‌୍ୟ୍ୟାନୁଷ୍ଠାନ । ଏହି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର । ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ଜିଲ୍ଲାପାଳ, ଏସ୍‌ପି, ପରିଚାଳନା କମିଟି ସଦସ୍ୟ ଓ ସେବାୟତ ପ୍ରତିନିଧି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.