Below header

ମସ୍ତିଷ୍କକୁ ଫମ୍ପା କରିଥାଏ କୋବି ପୋକ, ରୋଷେଇ କରିବା ଆଗରୁ ହୁଅନ୍ତୁ ସାବଧାନ

ସୁସ୍ଥ ରହିବା ପାଇଁ ସବୁଜ ପନିବାରିବା ଖାଇବା ନିହାତି ଜରୁରୀ। କିନ୍ତୁ ଏହି ସବୁଜ ପନିପରିବ ଖାଇବା ବା ରୋଷେଇ କରୁଥିବା ସମୟରେ ଯଦି ଆପଣ କିଛି ନିର୍ଦ୍ଦିଷ୍ଟ ସତର୍କତା ଅବଲମ୍ବନ କରୁନାହାନ୍ତି ତେବେ ଅନେକ ଅସୁବିଧାର ସାମ୍ନା କରିବାକୁ ପଡ଼ିପାରେ। ଏହି ମାମଲାରେ ସବୁଠାରୁ ଆଗରେ ରହିଛି ବନ୍ଧା କୋବି ଏବଂ ଫୁଲ କୋବି।

ଫୁଲ ଏବଂ ବନ୍ଧା(ପତ୍ର) କୋବିରେ ସବୁଜ ରଙ୍ଗର ଏକ ପୋକ ଦେଖିଯାଇଥାଏ। ଯାହାର ନାମ ଟେପବାର୍ମ। ଏହାକୁ ସାଧାରଣତଃ ସମସ୍ତେ କୋବି ଭାବି ରୋଷେଇ କରିଦେଇଥାନ୍ତି। ଆପଣ ଭାବୁଥାନ୍ତି, ରୋଷେଇ କରିବା ସମୟରେ ଏହି ପୋକ ମରିଯାଏ। କିନ୍ତୁ ବାସ୍ତବରେ ଏହି ପୋକ ଅଧିକରୁ ଅଧିକ ତାପମାତ୍ର ସହ୍ୟ କରିପାରି ଆରାମରେ ବଞ୍ଚିଥାଏ । ପରେ ଖାଦ୍ୟ ସହିତ ଶରୀରରେ ପ୍ରବେଶ କରି ମସ୍କିଷ୍କରେ ପହଞ୍ଚିଯାଇଥାଏ।

cabbage

ସାଧାରଣ ଆଖିକୁ ସଠିକ୍ ଭାବେ ନଜର ଆସିନଥିବା ଏହି ପୋକ ପେଟ ମଧ୍ୟକୁ ଯିବା ପରେ ରକ୍ତ ବାହିକା ରାସ୍ତା ଦେଇ ମସ୍ତିଷ୍କରେ ପହଞ୍ଚିଥାଏ। ସେଠାରେ ପୋକ ଅଣ୍ଡା ଦେବା ସହ ଫମ୍ପା ବା ଖୋଳ କରିଥାଏ ମସ୍ତିଷ୍କ। ଏଥିକାରଣରୁ ଅସମ୍ଭାଳ ମୁଣ୍ଡ ବିନ୍ଧା, ବ୍ରେନ ଷ୍ଟୋକ୍ ଏବଂ ଅନେକ ଆଟାକ୍ ଆଦି ଆସିଥାଏ।

cabbageworm

କିପରି ଜାଣିବେ ମୁଣ୍ଡରେ ରହିଛି ପୋକ

ପ୍ରଥମ ସ୍ତରରେ ଅସମ୍ଭାଳ ମୁଣ୍ଡ ବ୍ୟଥା ହୋଇଥାଏ। ଏହା ଏତେ ଭିଷଣ ହୋଇଥାଏ କି ଔଷଧ ଖାଇବା ଦ୍ବାରା ମଧ୍ୟ କମ୍ ହୋଇନଥାଏ। ଦ୍ବିତୀୟ ସ୍ତରରେ ବ୍ରେନ ଷ୍ଟୋକ ହେବାର ଦେଖାଯାଇଥାଏ। କାରଣ ଏହି ପୋକ ମସ୍ତିଷ୍କରେ ଯାଇ ଚପକି ଯାଇଥାନ୍ତି।

ଶେଷ ସ୍ତରରେ ବ୍ୟକ୍ତି ମରଣ ମୁହାଁ ହୋଇଥାନ୍ତି। ଏହି ପୋକ କାରଣରୁ ମସ୍ତିଷ୍କରେ ରକ୍ତର ଗଣ୍ଠି ରହିବାନ୍ଧିଥାଏ। ସର୍ଜରୀ ଦ୍ବାରା ଏହି ଗଣ୍ଠି ଠିକ୍ ହୋଇଯାଇଥାଏ କିନ୍ତୁ ସଂପୂର୍ଣ୍ଣ ଭାବେ ସୁସ୍ଥ ହୋଇନଥାଏ।

Brain

ଏଣୁ କୋବି ଜାତୀୟ ପରିବା ରୋଷେଇ କରିବା ପୂର୍ବରୁ ତାହାକୁ ଗରମ ପାଣିରେ ଧୋଇବା ସହ ଭଲ ଭାବେ ସେଥିରେ ଲାଗି ରହିଥିବା ସମସ୍ତ ଜୀବାଣୁକୁ ବାହାର କରନ୍ତୁ। ତେବେ ଭୁଲରେ ମଧ୍ୟ ବର୍ଷା ଋତୁରେ ଏହାର ସେବନ କରନ୍ତୁ ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.