Below header

ଝାଡ଼ଖଣ୍ଡରେ ନେତାଙ୍କୁ ଅପହରଣ, ଛାଡ଼ିବା ପାଇଁ ଦାବି କଲେ କୋଟିଏ ଟଙ୍କା

ଗୋଲା (ରାମଗଡ଼) : ଝାଡ଼ଖଣ୍ଡ ନେତାଙ୍କୁ ଅପହରଣ । ଛାଡ଼ିବାକୁ ଦାବି ରହିଛି କୋଟିଏ ଟଙ୍କା । ଏଠାକାର ରାମଗଡ଼ ଜିଲ୍ଲା ଗୋଲା ଅଞ୍ଚଳରେ ଆଜସୁ ପାର୍ଟିର ଜିଲ୍ଲା ଉପାଧ୍ୟକ୍ଷ ଜଲେଶ୍ୱର ମହତୋଙ୍କୁ ଗତକାଲି ରାତିରେ କିଛି ଦୁର୍ବୃତ୍ତ ଅପହରଣ କରି ନେଇଛନ୍ତି । ଗୋଲା ଥାନା ଅନ୍ତର୍ଗତ କାଇଆ ଗାଁରେ ଜଲେଶ୍ୱର ତାଙ୍କ ଘରେ ଥିବା ବେଳେ ପ୍ରାୟ ୮/୯ ଜଣ ସଶସ୍ତ୍ର ଦୁର୍ବୃତ୍ତ ତାଙ୍କୁ ଉଠାଇ ନେଇଥିଲେ । ଏଥିରେ କିଛି ପୋଲିସ୍‌ ପୋଷାକ ମଧ୍ୟ ପିନ୍ଧିଥିଲେ ।

ପରେ ପୋଲିସ୍‌ ଖବର ପାଇ ଘଟଣାର ତଦନ୍ତ କରୁଛି । ତେବେ ପିଏଲଏଫ୍‌ଆଇ ସଂଗଠନର ବାଜିରାମ ଗୋଷ୍ଠୀ ତାଙ୍କୁ ଅପହରଣ କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି । ଜଲେଶ୍ୱର ଠିକାଦାରୀ କରୁଥିଲେ । ଏ ବାବଦରେ ପିଏଲଏଫ୍‌ଆଇକୁ ସେ ବଟି ଦେଉନଥିଲେ । ତାଙ୍କୁ ବକେୟା ସହ ପୂରା କୋଟିଏ ଟଙ୍କା ଦେବାକୁ ଦାବି କରିଥିଲେ । ଜଲେଶ୍ୱର ଏଥିରେ ରାଜି ନହୋଇ ମାତ୍ର ୫ ଲକ୍ଷ ଟଙ୍କା ଦେବାରୁ ଦୁର୍ବୃତ୍ତମାନେ ତାଙ୍କ ଘରେ ଖୋଜାଖୋଜି କରିଥିଲେ । ତେବେ ଟଙ୍କା ନପାଇବାରୁ ତାଙ୍କୁ ଅପହରଣ କରି ନେଇଥିବା ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.