ବରଗଡ଼ : ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠ।ନ, ୨ ବନ କର୍ମଚାରୀ ନିଲମ୍ବିତ

ବରଗଡ଼ (କେନ୍ୟୁଜ୍) : ଦେବ୍ରିଗଡ଼ ଖଜରିଆ ଗାଁରେ ବାଘ ମୃତ୍ୟୁ ଘଟଣାରେ କାର୍ଯ୍ୟାନୁଷ୍ଠ।ନ। ୨ଜଣ ବନ କର୍ମଚାରୀଙ୍କୁ ନିଲମ୍ବନ କରିଛନ୍ତି ବରଗଡ଼ DFO। ଫରେଷ୍ଟର ପର୍ଶୁରାମ ବେହେରା ଓ ଫରେଷ୍ଟ ଗାର୍ଡ ପ୍ରଭାସିନୀ ମହାନନ୍ଦଙ୍କୁ ନିଲମ୍ବନ କରାଯାଇଛି। ଗତ ୨୭ ତାରିଖରେ ଭଟଲି ବ୍ଲକ ଦାମୋଦରପଡ଼ା ଗାଁ ନିକଟ ଜଙ୍ଗଲରୁ ଗଳିତ ମୃତଦେହ ଠାବ ହୋଇଥିଲା । ବାଘ ଶିକାର ପରେ ପୋତିଦିଆଯାଇଥିବା ଅଭିଯୋଗ ହୋଇଥିଲା । ବାଘର ମୁଣ୍ଡ କାଟିବା ସହ ଦାନ୍ତ ଓ ନଖ ନେଇଯାଇଥିଲେ ଶିକାରୀ । ଏହାପରେ ବାଘର କେମିତି ମୃତ୍ୟୁ ହେଲା ଅଧିକ ଖୋଳତାଡ ପାଇଁ ଗଳିତ ମୃତଦେହକୁ ଫରେନସିକ ଲ୍ୟାବକୁ ପଠାଯାଇଥିଲା।